ଆସନ୍ତା ଜାନୁୟାରୀ ମାସରେ ପ୍ରଥମ ଥର ପାଇଁ ଓଡ଼ିଶାରେ ଆୟୋଜିତ ହେବାକୁ ଯାଉଛି ପ୍ରବାସୀ ଭାରତୀୟ ସମ୍ମିଳନୀ । ସେଥିପାଇଁ ଚାଲିଛି ପ୍ରସ୍ତୁତି। ସହରକୁ ସୁନ୍ଦର କରିବା ପାଇଁ ଓ ସ୍ୱଚ୍ଛତା ଉପରେ ବିଶେଷ ଧ୍ୟାନ ଦିଆଯାଉଛି । ଏହି ସମୟରେ ଆଜି ତଦାରଖ କରୁଥିବା ବେଳେ ରାଜଧାନୀ ରାଜ ରାସ୍ତାରେ ମନ ଇଚ୍ଛା ଉଠା ଦୋକାନୀକୁ ଦେଖି କ୍ଷୋଭ ପ୍ରକାଶ କରିଛନ୍ତି ଭୁବନେଶ୍ୱର ମହାନଗର ନିଗମ ମେୟର ସୁଲୋଚନା ଦାସ । ବିଏମସିର ବାରମ୍ବାର ତାଗିଦ ପରେ ମଧ୍ୟ ପଞ୍ଜିକରଣ କରି ନ ଥିବା ଦୋକାନୀ କାହିଁକି ଦୋକାନ ପକାଇଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ମେୟର । ଏହା ସହ ରାସ୍ତା କଡ଼ରେ ଥିବା ଉଠା ଦୋକାନୀଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ପଚାରି ବୁଝିଛନ୍ତି ମେୟର । ସେ କହିଛନ୍ତି ରାସ୍ତା କଡ଼ରେ ଉଠା ଦୋକାନୀଙ୍କୁ ହଟାଇ ସ୍ଥାୟୀ ଭେଣ୍ଡିଂ ଜୋନ ଦିଆଯିବ । ରାଜଧାନୀ ଭୁବନେଶ୍ବରରୁ ହଟିବେ ସମସ୍ତ ଉଠା ଦୋକାନୀ । ୫୫ଟି ରାସ୍ତାରୁ ସ୍ଥାୟୀ ଭାବେ ହଟିବେ ଉଠା ଦୋକାନୀ। କେବଳ ପଞ୍ଜିକରଣ କରିଥିବା ଦୋକାନୀଙ୍କୁ ଭେଣ୍ଡିଂ ଜୋନରେ ସ୍ଥାନ ମିଳିବ । ଏହା ସହ ଦୋକାନ ପାଖ ସଫା ରଖିବାକୁ କଡା ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି ମେୟର । Post navigation ରାଜଧାନୀରେ ଆରମ୍ଭ ହେବ କୁକୁର ବନ୍ଧ୍ୟାକରଣ ଉନ୍ମୋଚିତ ହେଲା ଅଟଳ ବିହାରୀ ବାଜପେୟୀଙ୍କ ବ୍ରୋଞ୍ଜ ପ୍ରତିମୂର୍ତ୍ତି