ପୂର୍ବତନ ବିଧାୟକ ବିଜୟ (ବାଦଲ) ମହାନ୍ତିଙ୍କ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୦ ବର୍ଷ ହୋଇଥିଲା। କିଛି ଦିନ ପୂର୍ବରୁ ତାଙ୍କୁ ହୃଦଘାତ ହୋଇଥିଲା । ସେବେଠୁ ସେ ଅସୁସ୍ଥ ରହିଆସୁଥିଲେ । ଆଜି ହଠାତ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ପରିବାର ଲୋକେ କ୍ୟାପିଟାଲ ହସ୍ପିଟାଲକୁ ଆଣିଥିଲେ। ସେଠାରେ ହସ୍ପିଟାଲ କର୍ତ୍ତୃପକ୍ଷ ତାଙ୍କୁ ମୃତ ଘୋଷଣା କରିଥିଲେ। ବିଜୟ ମହାନ୍ତି ବିଜେଡି ଟିକେଟ୍ରୁ ଦୁଇଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ସେ ୨୦୦୯ ଏବଂ ୨୦୧୪ରେ ଭୁବନେଶ୍ୱର ମଧ୍ୟ ଆସନରୁ ଜିତିଥିଲେ। ତାଙ୍କ ଦେହାନ୍ତ ଖବର ଶୁଣି ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି। ସୂଚନା ଯୋଗ୍ୟ ୧୯୮୨ରେ ଥିଲେ ଭୁବନେଶ୍ବର ଛାତ୍ର ଜନତା ଦଳର ସମ୍ପାଦକ ରହିଥିଲେ । ଏହା ପରେ ୧୯୮୮ରୁ ୧୯୯୨ ପର୍ଯ୍ୟନ୍ତ ଥିଲେ ଭୁବନେଶ୍ବର ବିଜେଡି ସଭାପତି । ୧୯୯୨ରୁ ୧୯୯୮ ପର୍ଯ୍ୟନ୍ତ ଥିଲେ ବିଜେଡି ରାଜ୍ଯ ସମ୍ପାଦକ ଥିଲେ। ୧୯୯୮ରୁ ୨୦୦୦ ଥିଲେ ବିଜୁ ଯୁବ ଜନତା ଦଳର ସାଧାରଣ ସମ୍ପାଦକ ଓ ୨୦୦୨ରୁ ୨୦୦୭ ପର୍ଯ୍ୟନ୍ତ ଥିଲେ ଓଡିଶା ଯୁବ ପରିଷଦର ସଭାପତି । ଏହାସହ ବିଧାୟକ ଥିବା ବେଳେ ବିଭିନ୍ନ କମିଟିର ସଦସ୍ଯ ଥିଲେ । ୨୦୦୯ ଏବଂ ୨୦୧୪ ମସିହାରେ ସେ ବିଜେଡି ଟିକେଟରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। Post navigation ଶ୍ରୀମନ୍ଦିରରେ ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ: ଅରବିନ୍ଦ ପାଢ଼ୀ ନୂଆ ବର୍ଷରୁ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥା