ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କାରଣରୁ ଦୁଇଦିନ ହେବ ଓଡିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ଲାଗିରହିଛି । ପାଣିପାଗ କେନ୍ଦ୍ରର ପୂର୍ବାମାନ ଅନୁଯାୟୀ ଆସନ୍ତାକାଲି ଯାଏ ଓଡିଶାରେ ବର୍ଷାର ପ୍ରଭାବ ରହିବ । ରାଜ୍ୟର ୧୯ ଟି ଜିଲ୍ଲାରେ ଲଗାଣ ବର୍ଷା ଫଳରେ ବର୍ଷା ଦିନର ଭ୍ରମ ସୃଷ୍ଟି ହୋଇଛି । ଆଜି କେଉଁଝର, ଭଦ୍ରକ , ଯାଜପୁର,କେନ୍ଦ୍ରପଡା, କଟକ ,ମୟୂରଭଞ୍ଜ, ଢେଙ୍କାନାଳ, ଗଞ୍ଜାମ, ଗଜପତି,ବାଲେଶ୍ଵର,ନୟାଗଡ ,ଖୋର୍ଦ୍ଧା, ଜଗତସିଂହପୁର ,ପୁରୀ ଆଦି ଜିଲ୍ଲା ଗୁଡିକରେ ଆଜି ବର୍ଷାର ପ୍ରଭାବ ରହିବ। ପାଣିପାଗ କେନ୍ଦ୍ରରୁ ମିଳିଥିବା ପୂର୍ବାନୁମାନ ଅନୁଯାୟୀ ଲଘୁଚାପର ପ୍ରଭାବ ବର୍ତ୍ତମାନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରର ଆନ୍ଧ୍ର ଉପକୂଳ ଉପରେ ରହିଛି। ବଙ୍ଗୋପସାଗରରେ ଅବପାତ ଆଗାମୀ ୨୪ ଘଣ୍ଟା ଯାଏଁ ଉତ୍ତର ପୂର୍ବ ମୁହାଁ ରହିବ। ଏହାର ବାହ୍ୟ ବଳୟ ସହ ଜଡିତ ମେଘ ସମୂହ ଏବଂ ପଶ୍ଚିମା-ଝଡ଼ ର ଉପସ୍ଥିତି ହେତୁ ଉପକୂଳ ଓଡିଶା ତଥା ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ମେଘୁଆ ଆକାଶ ଥିଲେ ମଧ୍ୟ ଗତ କାଲି ତୁଳନାରେ ବର୍ଷାର ପ୍ରଭାବ ଆଜିଠାରୁ କମିବା ସହ ଧିରେ ଧିରେ ପାଗରେ ପରିବର୍ତ୍ତନ ଆସିବାର ସମ୍ଭାବନା ରହିଛି। Post navigation ପ୍ରାକ-ବଜେଟ ପରାମର୍ଶ ବୈଠକରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ହେଉଛି ବର୍ଷର ସବୁଠାରୁ ଛୋଟ ଦିନ