ଆଜି ସଂସଦରେ ବିଜେପିର ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀଙ୍କୁ ଏକ ବ୍ୟାଗ୍ ଉପହାର ଦେଇଛନ୍ତି। ଯେଉଁଥିରେ ଲେଖାଯାଇଛି ୧୯୮୪ ଓ ବନ୍ଧୁକ ଚିତ୍ର ମଧ୍ୟ ରହିଛି। ଏହା ୧୯୮୪ ଶିଖ୍ ଦଙ୍ଗାକୁ ମନେ ପକାଇ ଦେଇଛି। ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ କହିଛନ୍ତି, ମାନନୀୟା ସାଂସଦ (ପ୍ରିୟଙ୍କା ଗାନ୍ଧୀ ଭଦ୍ରା)ଙ୍କୁ ବ୍ୟାଗ୍ ବହୁତ ପସନ୍ଦ । ସେଥିପାଇଁ ମୁଁ ତାଙ୍କୁ ୧୯୮୫ ଲେଖାଥିବା ଗୋଟେ ବ୍ୟାଗ୍ ଉପହାର ଦେଇଛି । ସେ ପ୍ରଥମେ ଏହାକୁ ନେବାକୁ କୁଣ୍ଠାବୋଧ କରିଥିଲେ । ମାତ୍ର ପରେ ଗ୍ରହଣ କରିଥିଲେ । ସୂଚନା ଯୋଗ୍ୟ; ଗତ ୧୦ ତାରିଖରେ ପ୍ରିୟଙ୍କା ଏକ ବ୍ୟାଗ୍ ପକାଇ ସଂସଦ ଆସିଥିଲେ, ଯେଉଁଥିରେ ମୋଦି-ଅଦାନୀ ଭାଇ ଭାଇ ବୋଲି ଲେଖା ଥିଲା। ରାହୁଲ ଗାନ୍ଧୀ ଏହି ବ୍ୟାଗକୁ ସଂସଦରେ ଦେଖାଇ ବ୍ୟାଗ୍ ବହୁତ ସୁନ୍ଦର ଦିଶୁଥିବା କହି ତାତ୍ସଲ୍ୟ କରିଥିଲେ। ଏହାପରେ ୧୬ ଡିସେମ୍ବରରେ ପାଲେଷ୍ଟାଇନ୍ ଲେଖା ଥିବା ଆଉ ଏକ ବ୍ୟାଗ୍ ଧରି ସଂସଦ ଯାଇଥିଲେ ପ୍ରିୟଙ୍କା ଗାନ୍ଧୀ। Post navigation ନିରଞ୍ଜନ ପଟ୍ଟନାୟକଙ୍କ ଘରେ ଇଡି ଚଢାଉ ସଂସଦରେ ରାହୁଲ ଗାନ୍ଧୀ ସାଂସଦଙ୍କୁ ଠେଲିବା ଘଟଣା: କାର୍ଯ୍ୟାନୁଷ୍ଠାନ ଦାବିରେ ରାଜ୍ୟ ବିଜେପିର ଗଣଧାରଣା