ସଂସଦର ଶୀତକାଳୀନ ଅଧିବେଶନ ଆଜି ଶେଷ ହୋଇଛି। ଅନିର୍ଦ୍ଦିଷ୍ଟ କାଳ ଯାଏଁ ଲୋକସଭା ମୁଲତବୀ କଲେ ବାଚସ୍ପତି ।  ଆଜି ଅନ୍ତିମ ଦିନରେ ସଂସଦର କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ବାହାରେ ଥିବା ପରିସରରେ ବିରୋଧୀ ଦଳ ହଙ୍ଗାମା କରିଥିଲେ।ଲୋକସଭା ଆରମ୍ଭ ହେବା ମାତ୍ରେ ବିରୋଧୀ ସାଂସଦମାନେ ନାରାବାଜି ଆରମ୍ଭ କରିଥିଲେ। ନାରାବାଜି ପରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା ବିରୋଧୀ ଦଳକୁ ସ୍ବତନ୍ତ୍ର ପରାମର୍ଶ ଦେଇଥିଲେ। ଏଥିସହିତ ବିରୋଧୀ ଗୃହର ମର୍ଯ୍ୟାଦାକୁ ଦୃଷ୍ଟିରେ ରଖନ୍ତୁ ବୋଲି ବାଚସ୍ପତି ବିରୋଧୀଙ୍କୁ ପରାମର୍ଶ ଦେଇଥିଲେ। କିନ୍ତୁ କଂଗ୍ରେସ କର୍ମୀମାନେ ଶୁଣି ନଥିଲେ। ଫଳରେ ବାଚସ୍ପତି ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିଛନ୍ତି।

ଅନ୍ୟପଟେ ରାଜ୍ୟସଭାକାର୍ଯ୍ୟ ମଧ୍ୟ ମୁଲତବୀ ଘୋଷଣା କରାଯାଇଛି ।

ନଭେମ୍ବର ୨୫ତାରିଖରୁ ଆରମ୍ଭ ହୋଇଥିଲା ଲୋକସଭା ଅଧିବେଶନ। ଚଳିତ ଅଧିବେଶନରେ କେନ୍ଦ୍ର ସରକାର ସଂସଦରେ ୱାନ୍-ନେସନ୍ ୱାନ୍ ଇଲେକ୍ସନ୍ ବିଲ୍ ଆଗତ ହୋଇଛି। ଗତକାଲି ସଂସଦ ପରିସରରେ ଶାସକ ଓ ବିରୋଧୀ ସାଂସଦ ମୁହାଁମୁହିଁ ଘଟଣାର ବିଜେପି ସଂସଦ ମାର୍ଗ ଥାନାରେ ରାହୁଲ ଗାନ୍ଧିଙ୍କ ବିରୋଧରେ ଏତଲା ରୁଜୁ କରିଥିଲା।

Leave a Reply

Your email address will not be published. Required fields are marked *