ଆଜି ଅପରାହ୍ନ ୩ଟା ୫୫ ମିନିଟ ସମୟରେ ମୁମ୍ବାଇର ବୁଚର ଦ୍ବୀପରେ ନୌସେନା ବୋଟ ଏବଂ ନିଲକମଲ ନାମକ ଏକ ଘରୋଇ ବୋଟ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ବର୍ତମାନ ସୁଦ୍ଧା ୧୦୧ ଜଣଙ୍କୁ ସୁରକ୍ଷିତ ଉଦ୍ଧାର ହୋଇଥିବା ବେଳେ ୧୩ଜଣଙ୍କର ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ମୃତକଙ୍କ ମଧ୍ୟରେ, ୧୦ ଜଣ ସାଧାରଣ ନାଗରିକ ଏବଂ ୩ ଜଣ ନୌସେନା କର୍ମଚାରୀ ରହିଛନ୍ତି। ଗୁରୁତର ଭାବେ ଆହତ ହୋଇଥିବା ଦୁଇ ଜଣଙ୍କୁ ଚିକିତ୍ସା ଲାଗି ନୌସେନା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ନୌସେନା, ତଟରକ୍ଷୀ ବାହିନୀ ଏବଂ ପୁଲିସ ମିଳିତ ଭାବେ ଉଦ୍ଧାର କାର୍ଯ୍ୟ ଚଳାଇଛି।

ପ୍ରତ୍ୟେକ ମୃତକଙ୍କ ପରିବାରଙ୍କୁ ୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଯୋଗାଇ ଦିଆଯିବ ବୋଲି ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି।

Leave a Reply

Your email address will not be published. Required fields are marked *