ରାଜଧାନୀର ରାଜରାସ୍ତାରେ ୯ ମାସର ବକେୟା ଦରମା ପ୍ରଦାନ ସହ ୧୦ ଦଫା ଦାବିରେ ଏକାଠି ହୋଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ମିଶନଶକ୍ତି ବିଭାଗ ଅଧିନରେ କାର୍ଯ୍ୟରତ ୬ଟି କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ସଂଘ। ମିଶନଶକ୍ତି ବିଭାଗ ଅଧିନରେ କାର୍ଯ୍ୟରତ ୬ଟି କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ସଂଘ। ଯାହାଙ୍କ ମଧ୍ୟରେ ଅଛନ୍ତି ବ୍ୟାଙ୍କ ମିତ୍ର, ଏମବିକେ, ଏଲ୍ଏସ୍ପି, ସିଆର୍ପି, କୃଷି ମିତ୍ର ଓ ପ୍ରାଣୀ ମିତ୍ର। ମିଶନ ଶକ୍ତି ମହିଳାଙ୍କ ଧାରଣାକୁ ନେଇ ବିଜେପିକୁ ଟାର୍ଗେଟ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସେ କହିଛନ୍ତି ବିଜେପି ସରକାର ମହିଳାଙ୍କ ଦରମା ରୋକିବାକୁ ଷଡ଼ଯନ୍ତ୍ର କରୁଛି । ଏହାକୁ ବିଜେଡି ଦୃଢ ନିନ୍ଦା କରୁଛି । ୭୦ ଲକ୍ଷରୁ ଅଧିକ ମହିଳା ମିଶନ ଶକ୍ତିରେ କାମ କରୁଛନ୍ତି । ବିଜେଡି ସବୁବେଳେ ମିଶନ ଶକ୍ତି ସହ ରହିଅଛି । ମିଶନ ଶକ୍ତି କର୍ମୀଙ୍କ ପ୍ରତି ବିଜେଡିର ସମର୍ଥନ ଜାରି ରହିବ । ସେ ଆଉ ମଧ୍ୟ କହିଛନ୍ତି ରାଜ୍ୟ ସରକାର ମିଶନ ଶକ୍ତି କର୍ମୀଙ୍କ ଦରମା ବନ୍ଦ କରିବା ଆଦୌ ଭଲ କଥା ନୁହେଁ । Post navigation ରାଜଧାନୀରେ ସିବିଆଇ ଚଢ଼ାଉ ଘଟଣା; ସିଲ୍ ହେଲା ଦେବଦତ୍ତଙ୍କ ଏଡିଆଇପିଏଲ ଅଫିସ୍ ଆଜି ସରିଲା ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳ; ସମସ୍ତଙ୍କ ପାଇଁ ଲେଖିଲେ ଭାବବିହ୍ବଳ ପୋଷ୍ଟ