ରାଜଧାନୀରେ ଦିଲ୍ଲୀ ସିବିଆଇ ଟିମ୍ ଚଢ଼ାଉକୁ ଜୋରଦାର କରିବା ପରେ ବଢ଼ିଲା ଗିରଫ ୩ ଅଭିଯୁକ୍ତମାନଙ୍କ ଅଡ଼ୁଆ । ଆଦିତ୍ୟ ଦେବ ଇନଫ୍ରା ଲି. କନନ କମ୍ପାନୀର ମୁଖ୍ୟ ଅଛନ୍ତି ଦେବଦର ମହାପାତ୍ର । ସୋମବାର ଦିନ ସିବିଆଇ ଟିମ୍ ଗିରଫ ଦେବଦତ୍ତ ମହାପାତ୍ରଙ୍କ ଏଡିଆଇପିଏଲ ଅଫିସ ସିଲ୍ କରିଛି । ପାହାଳ ସ୍ଥିତ ଆଦିତ୍ୟ ଦେବ ଇନ୍ଫ୍ରାଟେକ ପ୍ରାଇଭେଟ ଲିମିଟେଡ଼ ଅଫିସ୍ ସିଲ କରିଛି ତଦନ୍ତକାରୀ ସଂସ୍ଥା । ରିମାଣ୍ଡର ପ୍ରଥମ ଦିନରେ ସିବିଆଇର ଏହି ଆକ୍ସନ ଦେଖିବାକୁ ମିଳିଛି । ଲକର ଖୋଲିବା ପରେ ସିବିଆଇ ହାତରେ ସାଙ୍ଘାତିକ ସୁରାକ । ଲକ୍ଷ ଲକ୍ଷ ଟଙ୍କା ଓ ସୁନା ମିଳିବା ପରେ ଦେବଦତ୍ତ ମହାପାତ୍ରଙ୍କ ଅଫିସ ସିଲ୍ କରିଛି ସିବିଆଇ । ଏହାସହ ଅଫିସ କର୍ମଚାରୀଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରିଛି ସିବିଆଇ। ଗତକାଲି ଲାଞ୍ଚ ଘଟଣାରେ ଦେବଦତ୍ତଙ୍କ ସମେତ ୩ ଜଣଙ୍କୁ ଗିରଫ କରିଥିଲା ସିବିଆଇ । କୋର୍ଟରେ ହାଜର ପରେ ସମସ୍ତଙ୍କୁ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା ସିବିଆଇ । ଗତକାଲି ସ୍ପେଶାଲ କ୍ଳାସ କଣ୍ଟ୍ରାକ୍ଟର ଦେବଦତ୍ତ ମହାପାତ୍ର, ବ୍ରିଜ ଆଣ୍ଡ ରୂଫ ଗ୍ରୁପ ଜେନେରା ମ୍ୟାନେଜର ଚଞ୍ଚଲ ମୂଖାର୍ଜୀ ଓ ଅନ୍ୟ ଜଣେ କଣ୍ଟ୍ରାକ୍ଟର ସନ୍ତୋଷ ମହରଣକୁ ଗିରଫ କରାଯାଇଥିଲା । ୨୪ ଘଣ୍ଟାରୁ ଅଧିକ ସମୟ ଧରି ଓଡ଼ିଶାର ବିଭିନ୍ନ ସ୍ଥାନରେ ଚାଲିଥିଲା ରେଡ । ଦେବଦତ୍ତଙ୍କ ଘରୁ ରେଡ୍ ବେଳେ ଜବତ ହୋଇଥିଲା ବିପୁଳ ପରିମାଣର ନଗଦ ଟଙ୍କା ଓ ସୁନା । ବ୍ୟାଙ୍କ ଲକର ଓ ଘରେ ରେଡ୍ ବେଳେ ଆଲମୀରାରୁ ମିଳିଥିଲା ଗୁରୁତ୍ଵପୂର୍ଣ୍ଣ ଦସ୍ତାବିଜ । ସାରା ଦେଶରେ କମ୍ପାନୀ ଉପରେ ହେଉଛି ରେଡ୍ । ଦିଲ୍ଲୀ, କୋଲକାତା ସମେତ ୧୧ଟି ସ୍ଥାନରେ ସିବିଆଇ ପକ୍ଷରୁ କରାଯାଇଥିଲା ଅତର୍କିତ ଚଢ଼ାଉ । ଏହି କ୍ରମରେ ଓଡି଼ଶାରେ ଭୁବନେଶ୍ବର ସମେତ ୫ଟି ସ୍ଥାନରେ ଦିଲ୍ଲୀ ସିବିଆଇ ପକ୍ଷରୁ ରେଡ୍ କରାଯାଇଥିଲା। Post navigation ଧନଖଡଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବେ ବିରୋଧୀ ସାଂସଦ ମହିଳାଙ୍କ ଦରମା ରୋକିବାକୁ ଷଡ଼ଯନ୍ତ୍ର କରୁଛି ବିଜେପି: ନବୀନ