ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କୁ ନ୍ୟାୟ ପରିବର୍ତ୍ତେ ନିର୍ଯାତନା ଦିଆଯାଇଥିବା ଘଟଣାରେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧିଙ୍କ ଉଦ୍‌ବେଗ ପ୍ରକାଶ କରିଛନ୍ତି। ସୋସିଆଲ ମିଡିଆ ଏକ୍ସ ଜରିଆରେ ପ୍ରତିକ୍ରିୟା ରଖିଛନ୍ତି ପ୍ରିୟଙ୍କା। ଏଭଳି ଘଟଣାକୁ ଦୃଢ଼ ନିନ୍ଦା କରିଛନ୍ତି।

ସେ ଆହୁରି କହିଛନ୍ତି, ଓଡ଼ିଶାରେ ନ୍ୟାୟ ମାଗିବାକୁ ଯାଇଥିବା ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କ ସହ ପୋଲିସ ଯେଉଁଭଳି ଭାବେ ବର୍ବରତା ଓ ଯୌନ ହିଂସା କରିଛି ସେଥିରେ ପୁରା ଦେଶ ସ୍ତବ୍ଧ। ସେହିପରି ଅଯୋଧ୍ୟାରେ ଗଣଦୁଷ୍କର୍ମ ହୋଇଥିବା ଜଣେ ଦଳିତ ଯୁବତୀଙ୍କ ସହ ପୋଲିସ ଅନ୍ୟାୟପୂର୍ଣ୍ଣ ବ୍ୟବହାର କଲା, ଏଥିସହ ନ୍ୟାୟ ଦେବା ପରିବର୍ତ୍ତେ ତାଙ୍କ ଉପରେ ଚାପ ପକାଇଲା। କାରଣ ଅଭିଯୁକ୍ତ ବିଜେପିର ବୋଲି ଜଣାପଡିଥିଲା।

ଦେଶସାରା ବିଜେପି ସରକାର ପୋଲିସକୁ ରକ୍ଷକ ବଦଳରେ ଭକ୍ଷକ ବନାଇବା କାର୍ଯ୍ୟ କରୁଛି। ମହିଳାଙ୍କ ପ୍ରତି ପୋଲିସର ଏଭଳି ଦୁର୍ବ୍ୟବାହାର ବିଜେପି ସରକାରରେ ବଢିଚାଲିଛି। ତେବେ ଏଭଳି ସ୍ଥିତିରେ ଦେଶର ମହିଳା ସୁରକ୍ଷା ଓ ନ୍ୟାୟ ପାଇଁ କଣ କରିବେ, କୁଆଡ଼େ ଯିବେ ?

Leave a Reply

Your email address will not be published. Required fields are marked *