ଭୁବନେଶ୍ବର ରାଜରାସ୍ତାରେ ଉଦ୍‌ଭ୍ରାନ୍ତ ଡ୍ରାଇଭରଙ୍କ ବେପରୁଆ ଡ୍ରାଇଭିଂ । ରାମମନ୍ଦିରରୁ ରୂପାଲି ଛକ ଯାଏ ବେପାରୁଆ ଗାଡି ଚଳାଇ ରାଜରାସ୍ତାରେ ଆତଙ୍କ ଖେଲାଇଥିବା ୪ଟି କାର୍‌ ଓ ସେଥିରେ ଥିବା ଯୁବକଙ୍କ ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି। ଭିଡିଓ ଭାଇରାଲ ପରେ ନିଜ ଆଡୁ ମାମଲା ରୁଜୁ କରି ୫ଜଣଙ୍କୁ ଗିରଫ ସହ ୨ଟି କାର ଜବତ କରିଛି ପୋଲିସ ।

ଭାଇରାଲ ହୋଇଥିବା ଭିଡିଓରେ ଦେଖାଯାଇଛି ଜନଗହଳି ଥିବା ରାସ୍ତାରେ ମନଇଛା ଗାଡ଼ି ଚଳାଇ ଆତଙ୍କ ସୃଷ୍ଟି କରୁଛନ୍ତି ବେପରୁଆ ଗାଡ଼ି ଚାଳକ । ଧାଡ଼ି ବାନ୍ଧି ରାସ୍ତାରେ ଯାଉଥିବା ୪ କାର୍‌ ମଧ୍ୟରୁ ଗୋଟିଏ କାର୍‌ ଫୁଟ୍‌ପାଥ୍‌କୁ ମାଡ଼ିଯାଇ ଚାଲୁଥିବା ବେଳେ ଆଉ ସମସ୍ତ ଗାଡ଼ିରେ ସନ୍‌ରୁଫ୍ ଖୋଲି ଯୁବକମାନେ ଉପରେ ବସିଥିବା ଦେଖାଯାଇଛି । ଗାଡିରୁ ବାହାରି ଜୋରରେ ଚିତ୍କାର କରି ଯାଉଥିବା ଭିଡିଓରେ ଦେଖାଯାଇଛି । ସୋସିଆଲ ମିଡିଆରେ ଭାଇରାଲ୍‌ ହେବା ପରେ ୫ ଜଣଙ୍କୁ ଗିରଫ କରିଛି ପୋଲିସ ।

Leave a Reply

Your email address will not be published. Required fields are marked *