ଆଜି ବିଧାନସଭା ଗୃହରେ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକଙ୍କ ପ୍ରଶ୍ନର ଉତ୍ତରରେ ପାନୀୟ ଜଳ ମନ୍ତ୍ରୀ ରବି ନାଏକ କହିଛନ୍ତି ଡେଲାଙ୍ଗରେ ୫ଟି ମେଗା ପାନୀୟ ଜଳ ପ୍ରକଳ୍ପ ହେବାକୁ ଯାଉଛି । ଦୟା ନଦୀରୁ ଜଳ ଉଠାଣ ପାଇଁ ହେବ ଏହି ୫ଟି ପ୍ରକଳ୍ପ । ଏହା ସହ ଦୟା ନଦୀରେ ନିର୍ମାଣ ହେବ ଜଳଭଣ୍ଡାର ।

ମନ୍ତ୍ରୀ ରବି ନାଏକ ଆଉ ମଧ୍ୟ କହିଛନ୍ତି ପୂର୍ବ ସରକାର ଜଳ ସଂପଦ ଯୋଜନାକୁ କାର୍ଯ୍ୟକାରୀ କରିବାକୁ ଚାହୁଁ ନଥିଲେ । ସେଥିପାଇଁ ଠିକ୍ ସମୟରେ ସର୍ଭେ, ଡିପିଆର୍ ପ୍ରସ୍ତୁତ ହୋଇନାହିଁ । ଯେଉଁଥିପାଇଁ ପ୍ରକଳ୍ପ ପାଇଁ ବିଳମ୍ବ ହୋଇଛି । ଠିକ୍ ସମୟରେ ସର୍ଭେ, ଡିପିଆର ପ୍ରସ୍ତୁତ ହୋଇନାହିଁ । ଯେତେ ଚେଷ୍ଟା କଲେ ବି କିଛି ପ୍ରକଳ୍ପ ୨୦୨୬ରେ ସରିବ ।

 

 

Leave a Reply

Your email address will not be published. Required fields are marked *