ସୋମବାର ରାତିରେ ରାଜସ୍ଥାନର ଆଜମେରରେ ଏକ ବଡଧରଣର ଦୁର୍ଘଟଣାରୁ ବର୍ତ୍ତିଯାଇଛି ମାଲବାହୀ ଟ୍ରେନ ।
ଆଜମେରର ସରାଧନା ଓ ବାଁଗଡ଼ ଗ୍ରାମ ରେଲୱେ ଟ୍ରାକ ମଝିରେ ବଡ଼ ବଡ଼ ସିମେଣ୍ଟ ଖଣ୍ଡ ରଖାଯାଇଥିଲା। ଏହାର ଓଜନ ପ୍ରାୟ ୭୦ କେଜି ବୋଲି ଜଣାପଡ଼ିଛି। ଦ୍ରୁତଗତିରେ ଆସୁଥିବା ମାଲବାହୀ ଟ୍ରେନ୍‌ ଉକ୍ତ ସିମେଣ୍ଟ ଖଣ୍ଡକୁ ଧକ୍କା ଦେଇ ଆଗକୁ ମାଡିଯାଇଥିବା ବେଳେ ସୌଭାଗ୍ୟବଶତଃ ଲାଇନଚ୍ୟୁତ ହୋଇ ନଥିଲା। ମାଲବାହୀ ଟ୍ରେନ ପୁଲେରାରୁ ଅହମ୍ମଦାବାଦ ଅଭିମୁଖେ ଯାଉଥିଲା। ଏ ନେଇ ମାଙ୍ଗଲିୟାବାସ ଥାନାରେ ଆରପିଏଫ ପକ୍ଷରୁ ଅଭିଯୋଗ ହୋଇଥିଲା। ପୋଲିସ ଘଟଣାର ତଦନ୍ତ ଅରମ୍ଭ କରିଛି।

ଦୁଇଦିନ ତଳେ ଉତ୍ତରପ୍ରଦେଶର କାନପୁର ଟ୍ରାକ୍‌ରେ ଏହିଭଳି ଅଘଟଣ ଘଟିଥିଲା। ଟ୍ରାକରେ ଏକ ଗ୍ୟାସ ସିଲିଣ୍ଡର ରଖାଯାଇଥିବା ବେଳେ ପ୍ରୟାଗରାଜ-ଭିୱାନୀ କାଳିନ୍ଦୀ ଏକ୍ସପ୍ରେସ ତାକୁ ଧକ୍କା ଦେଇଥିଲା।

Leave a Reply

Your email address will not be published. Required fields are marked *