କ୍ୟାନସର ପାଇଁ କିଛି ଔଷଧ ଉପରେ ଜିଏସଟି ପରିମାଣ କମିଛି । ନୂଆଦିଲ୍ଲୀରେ ଅନୁଷ୍ଠିତ ଜିଏସଟି କାଉନସିଲର ୫୪ତମ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । କିଛି ଔଷଧ ଉପରେ ୧୨ରୁ ୫ ପ୍ରତିଶତକୁ ଜିଏସଟି କମିଛି। ନମକିନ ଉପରେ ୧୮ରୁ ୧୨ ପ୍ରତିଶତକୁ ଜିଏସଟି କମିଛି । ସ୍ୱାସ୍ଥ୍ୟବୀମାରେ ଜିଏସଟି ହ୍ରାସ ଉପରେ ନିଷ୍ପତ୍ତି ହୋଇନି । ନଭେମ୍ବରରେ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ଏ ନେଇ ଆଲୋଚନା ହେବ । ଏହି ପ୍ରସ୍ତାବ ଉପରେ ମନ୍ତ୍ରୀ ପରିଷଦ ଅନୁଧ୍ୟାନ କରୁଛନ୍ତି ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ।

Leave a Reply

Your email address will not be published. Required fields are marked *