କୋଲକାତାରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣାରେ ଭିଡିଓ ଦେଖାଇ ପ୍ରଶ୍ନ ପଚାରିଛି ବିଜେପି। ବିଜେପି ଆଇଟି ବିଭାଗ କୋ-ଇନ୍ଚାର୍ଜ ଅମିତ ମାଲବ୍ୟଙ୍କ ଭିଡିଓ ଟ୍ୱିଟ ସାମ୍ନାକୁ ଆସିଛି। ମୃତଦେହ ମିଳିଥିବା ସେମିନାର ହଲ୍ରେ ଭିଡକୁ ଦେଖି ପ୍ରଶ୍ନ କଲେ ଅମିତ। ବାହାର ଲୋକଙ୍କୁ ସ୍ପଟ୍ରେ ପଶିବାକୁ କାହିଁକି ପୋଲିସ ଅନୁମତି ଦେଇଥିଲା ବୋଲି ପ୍ରଶ୍ନ କଲେ। ଘଟଣାସ୍ଥଳରେ ଡାକ୍ତର, ପୋଲିସ, ଓକିଲ କାହିଁକି ଏକାଠି ହୋଇଥିଲେ। ପ୍ରମାଣ ନଷ୍ଟ କରିବାକୁ ଏହା ଏକ ଯୋଜନା ପ୍ରସ୍ତୁତ ଥିଲା କି ବୋଲି ପ୍ରଶ୍ନ କଲେ ଅମିତ। Post navigation ଚିକିଟି ମଦ ମୃତ୍ୟୁ ମାମଲା; ଆଉ ଜଣେ ଗିରଫ ଚିନ୍ତା ବଢ଼ାଉଛି ବାର୍ଡ ଫ୍ଲୁ: ସର୍ଭେଲାନ୍ସ ନିର୍ଦ୍ଦେଶ