୨୦୨୨ ମସିହା ନଭେମ୍ବର ୪ ତାରିଖରେ ମୁକ୍ତିଲାଭ କରିଥିବା ଦମନ ମାନକ ଓଡ଼ିଆ ଚଳଚ୍ଚିତ୍ରକୁ ମିଳିବ ଜାତୀୟ ଚଳଚ୍ଚିତ୍ର ପୁରସ୍କାର । ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଆଜି ଘୋଷଣା ହୋଇଛି ୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ୨୦୨୪ । ଏଥିରେ ‘ଦମନ’କୁ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ମନୋନୀତ କରାଯାଇଛି। ଫିଲ୍ମର କାହାଣୀ ଓଡ଼ିଶାରେ ଘଟିଥିବା ଏକ ସତ୍ୟ ଘଟଣା ଉପରେ ଆଧାରିତ। ଏଥିରେ ଯୁବ ଡାକ୍ତର ସିଦ୍ଧାର୍ଥଙ୍କ କର୍ତ୍ତବ୍ୟନିଷ୍ଠ କାହାଣୀ ପ୍ରତିଫଳିତ ହୋଇଛି । ଯାହାର ମୁଖ୍ୟ ଭୂମିକା କରିଛନ୍ତି ବାବୁଶାନ ମହାନ୍ତି । ବାସୁବ ଜୀବନରେ ମାଲକାନଗିରିର ଦୁର୍ଗମ ଅଞ୍ଚଳରେ ସ୍ବାସ୍ଥ୍ୟ ସେବା ଯୋଗାଇବାରେ ଜଣେ ଯୁବ ଡାକ୍ଟର ମାନବିକତାର ଯେଉଁ ନୂଆ ଉଦାହରଣ ସୃଷ୍ଟି କରିଛନ୍ତି ତାହା ଏ ଚଳଚ୍ଚିତ୍ରର ବିଷୟ ବସ୍ତୁ।

ଏହାର କାହାଣୀ ଓ ଚିତ୍ରନାଟ୍ୟ ଲେଖିବା ସହିତ ନିର୍ଦ୍ଦେଶନା ଦେଇଛନ୍ତି ବିଶାଲ ମୌର୍ଯ୍ୟ ଓ ଦେବୀ ପ୍ରସାଦ ଲେଙ୍କା। ପ୍ରଯୋଜନା କରିଛନ୍ତି ଦୀପେନ୍ଦ୍ର ସାମଲ। ଜେପି ୱାର୍ଲଡ୍ସ୍ମିଥ୍ ଓ ବାପୁ ଗୋସ୍ବାମୀଙ୍କ ରଚିତ ଗୀତଗୁଡ଼ିକୁ ସଂଗୀତରେ ସଜାଇଛନ୍ତି ଗୌରବ ଆନନ୍ଦ ଓ ତାଙ୍କ ଟିମ୍। ଦୀପେନ୍ଦ୍ର ସାମଲ ଫିଲ୍ମର ପ୍ରଯୋଜକ।

ସେହିପରି ଲୋକପ୍ରିୟ ଚଳଚ୍ଚିତ୍ର ଭାବେ ‘କାନ୍ତାରା’ ଫିଲ୍ମକୁ ଜାତୀୟ ପୁରସ୍କାର ପ୍ରଦାନ କରାଯିବ ଓ ଶ୍ରେଷ୍ଠ ଅଭିନେତା କାନ୍ତାରା ଫିଲ୍ମ ପାଇଁ ରିଷବ ସେଟ୍ଟୀ, ଶ୍ରେଷ୍ଠ ଅଭିନେତ୍ରୀ -ତିରୁଚିଟ୍ରମ୍ବଲମ୍ ପାଇଁ ନିତ୍ୟା ମେନେନ୍ ଏବଂ କୁଚ୍ଛ ଏକ୍ସପ୍ରେସ ପାଇଁ ମାନସୀ ପାରେଖଙ୍କୁ ଜାତୀୟ ପୁରସ୍କାର ପ୍ରଦାନ କରାଯିବ  ।

Leave a Reply

Your email address will not be published. Required fields are marked *