ବିଜେପି ସରକାରଙ୍କ ଦ୍ବାରା ଆଜି ପ୍ରସ୍ତୁତ କରାଯାଇଥିବା ୨୦୨୪-୨୫ ବର୍ଷ ପାଇଁ ରାଜ୍ୟ ବଜେଟ ଉପରେ ପ୍ରତିକ୍ରିୟା ଦେଇ ବିଜୁ ଜନତା ଦଳର ବରିଷ୍ଠ ନେତା, ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ମିଡ଼ିଆ ସଂଯୋଜକ ପ୍ରତାପ ଜେନା ବଜେଟ ସମ୍ପୂର୍ଣ୍ଣ ନୈରାଶ୍ୟଜନକ ବୋଲି କହିଛନ୍ତି। ମୋହନ ସରକାରଙ୍କ ଦ୍ବାରା ପ୍ରସ୍ତୁତ କରାଯାଇଥିବା ବଜେଟରେ କୌଣସି ନୂତନତ୍ବ ନାହିଁ ଓ ଏହା ନବୀନ ସରକାରଙ୍କ ଦ୍ବାରା ପ୍ରଣୟନ କରାଯାଇଥିବା ପ୍ରାୟ ୪୦ରୁ ଊର୍ଦ୍ଧ୍ୱ ଲୋକପ୍ରିୟ ଯୋଜନାଗୁଡିକର କପି ପେଷ୍ଟ କରାଯାଇ କେବଳ ଏହାର ନାମ ପରିବର୍ତ୍ତନ କରାଯାଇଛି। ବହୁ ପ୍ରଚାରିତ ସୁଭଦ୍ରା ଯୋଜନାରେ ରାଜ୍ୟର ସମସ୍ତ ମହିଳାମାନେ ଲାଭବାନ ହେବେ ବୋଲି ଆଶା ବାନ୍ଧି ବସିଥିବା ବେଳେ ଏଥିପାଇଁ ମାତ୍ର ଦଶ ହଜାର କୋଟି ଟଙ୍କା ଘୋଷିତ ହୋଇଥିବାରୁ ଅତି ବେଶୀରେ ରାଜ୍ୟର କୋଡିଏ ଲକ୍ଷ ମହିଳା ଏଥୁରୁ ଲାଭ ପାଇବେ। ସେହିପରି ମଧୁବାବୁ ପେନଶନ ଯୋଜନାରେ ହିତାଧୀକାରୀଙ୍କ ଭତ୍ତା ୩୦୦୦ ହଜାର ଟଙ୍କାକୁ ବୃଦ୍ଧି କରାଯିବ ବୋଲି ବିଜେପି ତରଫରୁ ପ୍ରତିଶ୍ରୁତି ଦିଆଯାଇଥିଲେ ମଧ୍ୟ କେବଳ ୮୦ ବର୍ଷରୁ ଊର୍ଦ୍ଧ୍ୱ ବୟସର ବ୍ୟକ୍ତିଙ୍କ ପେନଶନ ବୃଦ୍ଧି କରାଯାଇଛି ଯାହା ଅନ୍ୟ ସମସ୍ତ ହିତାଧିକାରୀଙ୍କୁ ନିରାଶ କରିଛି । ଅପରପକ୍ଷରେ ଅର୍ଥନୈତିକ ଦୂରଦୃଷ୍ଟି, ଶିଳ୍ପ, ରୋଜଗାର, ଆଇନଶୃଙ୍ଖଳା, ଦରଦାମ ବୃଦ୍ଧି ଆଦି ବିଷୟରେ ଏ ବଜେଟ ସଂପୂର୍ଣ୍ଣ ନିରବ। ଡବଲ ଇଂଜିନ ସରକାର ହେଲେ ରାଜ୍ୟରେ ବିକାଶର ତ୍ବରାନ୍ବିତ ହେବ ବୋଲି ବିଜେପି ଡିଣ୍ଡିମ ପିଟୁଥିବା ବେଳେ ଉଭୟ କେନ୍ଦ୍ର ଓ ରାଜ୍ୟର ବଜେଟ ରାଜ୍ୟବାସୀଙ୍କୁ ଡବଲ ନିରାଶ କରିଛି । Post navigation ଡବଲ ଇଞ୍ଜିନ ସରକାର ଦୁଇଗୁଣ ନିରାଶ କରିଛି: ନବୀନ ପଟ୍ଟନାୟକ ବିକଶିତ ଓଡ଼ିଶାର ମୂଳଦୁଆ ସ୍ଥାପନ ହେଲା: ମନମୋହନ ସାମଲ