ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ୨୨ରୁ ଆରମ୍ଭ ହେବ। ଏହା ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ ଶେଷ ହୋଇଯାଇଛି। ସେହିପରି ବିଧାନସଭା କାର୍ଯ୍ୟରେ ବିରୋଧୀ ଦଳର ବିଧାୟକମାନେ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଥିବା ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି। ଅପରପକ୍ଷରେ ସର୍ବଦଳୀୟ ବୈଠକ ପରେ କଂଗ୍ରେସ ଓ ସିପିଏମ୍ ଅନୁପସ୍ଥିତ ଥିବା ନେଇ ଶ୍ରୀ ମହାଲିଙ୍ଗ ପ୍ରତିକ୍ରିୟା ରଖିଛନ୍ତି। ସେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସହ କଥା ହୋଇଥିବା କହିଥିଲେ। କଂଗ୍ରେସ ଏପର୍ଯ୍ୟନ୍ତ ନେତା ଚୟନ କରିନ ଥିବାରୁ ବୈଠକରେ ଯୋଗ ଦେଇନଥିଲେ। ହେଲେ ସେମାନେ ତାଙ୍କ ସମର୍ଥନ ଜଣାଇଛନ୍ତି । ସେହିପରି ସିପିଏମ୍ ସଦସ୍ୟ ଲକ୍ଷ୍ମଣ ମୁଣ୍ଡାଙ୍କ ସହ ଫୋନ୍ରେ କଥା ହୋଇଥିବା ମଧ୍ୟ କହିଥିଲେ । ଉଭୟ ଦଳର ପ୍ରତିନିଧି ବୈଠକକୁ ଆସିପାରିନାହାନ୍ତି ବୋଲି ଶ୍ରୀ ମହାଲିଙ୍ଗ କହିଛନ୍ତି । Post navigation ୨୫ ଯାଏଁ ପ୍ରବଳ ବର୍ଷା ଏତେ ପୁରୁଣା ଦଳ ନେତା ବାଛିପାରୁନି: ତାରା