ସାଇବର ଠକକୁ ନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର। ଜାନୁଆରୀରୁ ୬ ମାସ ମଧ୍ୟରେ ୩୬ କୋଟି ଠକେଇ ହୋଇଛି। ସାଇବର ଥାନାରେ ୨୩୯୪ଟି ରିପୋର୍ଟ ହୋଇଛି। ସାଇବର ଠକଙ୍କ ୯ କୋଟି ୫୦ ଲକ୍ଷ ଫ୍ରିଜ୍ ହୋଇଛି। ୪୬ ଲକ୍ଷ ଟଙ୍କା ଅଭିଯୋଗକାରୀଙ୍କୁ ଫେରସ୍ତ ହୋଇଛି। ୨ ଜଣ ଆନ୍ତଃରାଜ୍ୟ ଠକଙ୍କ ସହ ୨୧ ଜଣ ଗିରଫ ହୋଇଛନ୍ତି। ଦୁଇଟି ଉପାୟରେ ଠକେଇ ଅଭିଯୋଗ ବଢ଼ିଛି। ଡିଜିଟାଲ୍ ଆରେଷ୍ଟ ନାଁରେ ଅଧିକ ମାମଲା ରୁଜୁ ହୋଇଛି। ଇନଭେଷ୍ଟ ଫ୍ରଡ୍ ନାଁରେ ମଧ୍ୟ ଲୋକଙ୍କୁ ଠକୁଛନ୍ତି ସାଇବର ଠକ। ସାଇବର ଠକଙ୍କଠାରୁ ବର୍ତ୍ତିବା ପାଇଁ ୧୯୩୦ରେ କଲ କରିବାକୁ ଅପିଲ କରିଛନ୍ତି ପୋଲିସ କମିଶନର।