ଓଡ଼ିଶାର ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ଏବଂ ପୂର୍ବତନ ଜେଲ୍ ଡିଜି ସୁଶାନ୍ତ ନାଥଙ୍କୁ ଏକ ସଂସଦୀୟ ସ୍ଥାୟୀ ସମିତି ଆଗରେ ହାଜର ହେବା ପାଇଁ ଆନୁଷ୍ଠାନିକ ଭାବେ ସମନ୍ ଜାରି କରାଯାଇଛି।

ରାଜ୍ୟର ଜେଲ୍ ପରିଚଳାନା, କଏଦୀମାନଙ୍କ ଅଭିଯୋଗ ଏବଂ ସେଗୁଡ଼ିକର ସମାଧାନ ବ୍ୟବସ୍ଥାକୁ ଯାଞ୍ଚ କରିବା ପାଇଁ ଏହି ସମିତି ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ଆସନ୍ତା ନଭେମ୍ବର ୩ ତାରିଖରେ ନୂଆଦିଲ୍ଲୀ ସ୍ଥିତ ସଂସଦ ଭବନ ଆନେକ୍ସ ଏକ୍ସଟେନସନ ବିଲ୍ଡିଂରେ ଏହି ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି।

 ଏହି ସଂସଦୀୟ ସ୍ଥାୟୀ କମିଟିର ବୈଠକରେ ବ୍ୟକ୍ତିଗତ ଭାବେ ଉପସ୍ଥିତ ରହି ନିଜର ପକ୍ଷ ରଖିବାକୁ ଉଭୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଆଭ୍ୟନ୍ତରୀଣ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଏବଂ ସମ୍ପୃକ୍ତ ପ୍ରସଙ୍ଗକୁ ନେଇ ପୋଲିସ କମିଶନରେଟ୍ ଓ ଗୃହ ମନ୍ତ୍ରାଳୟ ମଧ୍ୟରେ ହୋଇଥିବା ଆନୁଷ୍ଠାନିକ ଯୋଗାଯୋଗ ପରେ ଏହି ପଦକ୍ଷେପ ନିଆଯାଇଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *