ବିଜେପି ଯୁବ ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଡ. ହେମାଙ୍ଗ ଯୋଶୀ ବିଜୟାଦଶମୀ ଅବସରରେ ନୂଆ ଟିମ୍ ଘୋଷଣା କରିଛନ୍ତି । ଏହି ଟିମ୍‌ରେ ୭ ଜଣଙ୍କୁ ରାଷ୍ଟ୍ରୀୟ ଉପାଧ୍ୟାକ୍ଷ ଏବଂ ୩ ଜଣଙ୍କୁ ମହାସଚିବ ଦାୟିତ୍ୱ ଦିଆଯାଇଛି । ଓଡ଼ିଶାର ଅର୍ପିତା ଅପରାଜିତା ବଡ଼ଜେନାଙ୍କୁ ରାଷ୍ଟ୍ରୀୟ ଉପାଧ୍ୟାକ୍ଷ ଭାବେ ପୁନର୍ବାର ଦାୟିତ୍ୱ ମିଳିଛି ।

ଅର୍ପିତା ଜଣେ ବିଜେପି ଯୁବନେତ୍ରୀ ଓ ସାମାଜିକ କର୍ମୀ । ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଇତିହାସରେ ପିଏଚ୍‌ଡି ହାସଲ କରିଛନ୍ତି । ଏହା ପୂର୍ବରୁ ସେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଓ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ପାଠ ପଢ଼ିଥିଲେ । ୨୦୧୭ରେ ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଋଷିଆରେ ଆୟୋଜିତ ଯୁବ ବିନିମୟ କାର୍ଯ୍ୟକ୍ରମ ପାଇଁ ମନୋନୀତ ଭାରତୀୟ ଯୁବ ପ୍ରତିନିଧି ଦଳରେ ସେ ଓଡ଼ିଶାର ଏକମାତ୍ର ଯୁବତୀ ଥିଲେ । ଏହା ସହ ସେ ଆସାମ, ଝାଡ଼ଖଣ୍ଡ, ଜମ୍ମୁ-କଶ୍ମୀର ଓ ହରିୟାଣା ସମେତ ବିଭିନ୍ନ ରାଜ୍ୟରେ ବିଜେପି ପାଇଁ ନିର୍ବାଚନ ପ୍ରଚାର କରିଛନ୍ତି ।

ନୂଆ ଟିମ୍‌ରେ ଜମ୍ମୁ-କଶ୍ମୀରର ବିଧାୟିକା ଶଗୁନ ପରିହାର, ଉତ୍ତରପ୍ରଦେଶର ନିଖିଲ ମଣି ତ୍ରିପାଠୀ, ନାଗାଲାଣ୍ଡର ଅରବିନ୍ଦ ଦାମାନି, ତେଲେଙ୍ଗାନାର ମାଲୋଥ କୋମଲି ନାଏକ, ବିହାରର ରାଜ ରାଜେନ୍ଦ୍ର ସିଂହ, ପଶ୍ଚିମବଙ୍ଗର ବିଧାୟକ ସୌମେନ କର୍ଫା ଏବଂ ଛତିଶଗଡ଼ର ଭୂପେନ୍ଦ୍ର ନାଗଙ୍କୁ ମଧ୍ୟ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଦାୟିତ୍ୱ ଦିଆଯାଇଛି ।

ଗୁଜରାଟର ଧ୍ରୁବ ପଣ୍ଡିତଙ୍କୁ ରାଷ୍ଟ୍ରୀୟ କାର୍ଯ୍ୟାଳୟ ପ୍ରଭାରୀ ଏବଂ ଗୁଜରାଟର ବଡ଼ୋଦରାର ରଙ୍ଗମ ତ୍ରିବେଦୀଙ୍କୁ ନୀତି ଓ ଗବେଷଣା ସହ-ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି ।

By Nirvay

Leave a Reply

Your email address will not be published. Required fields are marked *