ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ମଙ୍ଗଳବାର ମୁମ୍ବାଇରେ ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କୁ ଭେଟିଛନ୍ତି । ଏହି ବୈଠକରେ ଦୁଇ ଦେଶ ମଧ୍ୟରେ ଶକ୍ତି ସୁରକ୍ଷା, ପ୍ରତିରକ୍ଷା ସହଯୋଗ ଏବଂ ପ୍ରତିରକ୍ଷା ସମ୍ପର୍କକୁ ଆହୁରି ମଜବୁତ କରିବା ନେଇ ଆଲୋଚନା ହୋଇଛି । ବୈଠକ ପରେ ରୁବିଓ ସୋସିଆଲ ମିଡିଆ ‘ଏକ୍ସ’ରେ ଏହି ସୂଚନା ଦେଇଛନ୍ତି । ଭାରତରେ ଆମେରିକାର ରାଷ୍ଟ୍ରଦୂତ ସର୍ଜିଓ ଗୋର୍ ମଧ୍ୟ ଏହି ଆଲୋଚନାକୁ ଫଳପ୍ରଦ ବୋଲି କହିଛନ୍ତି । ପ୍ରତିରକ୍ଷା, ଶକ୍ତି, ନୂତନ ପ୍ରଯୁକ୍ତିବିଦ୍ୟା ଓ ବାଣିଜ୍ୟ କ୍ଷେତ୍ରରେ ଦୁଇ ଦେଶର ସହଯୋଗ ବୃଦ୍ଧି ଉପରେ ଆଲୋଚନା ହୋଇଥିବା ସେ କହିଛନ୍ତି । ଭାରତ ଗସ୍ତରେ ଆସି ମୁମ୍ବାଇରେ ପହଞ୍ଚିବା ପରେ ରୁବିଓଙ୍କୁ ଭାରତର ବୈଦେଶିକ ମନ୍ତ୍ରଣାଳୟ ସ୍ୱାଗତ କରିଥିଲା । ମହାରାଷ୍ଟ୍ର ସରକାରଙ୍କ ମନ୍ତ୍ରୀ ଆଶିଷ ଶେଲାର ବିମାନବନ୍ଦରରେ ତାଙ୍କୁ ସ୍ୱାଗତ କରିଥିଲେ । ଏହା ରୁବିଓଙ୍କ ଦ୍ୱିତୀୟ ଭାରତ ଗସ୍ତ । ଏହି ଗସ୍ତ ଅବସରରେ ଶକ୍ତି, ବାଣିଜ୍ୟ, ପୁଞ୍ଜିନିବେଶ, ପ୍ରତିରକ୍ଷା ଓ ଗୁରୁତ୍ୱପୂର୍ଣ୍ଣ ନୂତନ ପ୍ରଯୁକ୍ତିବିଦ୍ୟା ସମେତ ଦ୍ୱିପାକ୍ଷିକ ସହଯୋଗର ବିଭିନ୍ନ ଦିଗ ଉପରେ ଆଲୋଚନା ହେବା ସହ ଆଞ୍ଚଳିକ ଓ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ମତ ବିନିମୟ ହେବାର କାର୍ଯ୍ୟକ୍ରମ ରହିଛି । ଭାରତ-ଆମେରିକାର ବ୍ୟାପକ ବୈଶ୍ୱିକ ରଣନୈତିକ ସହଭାଗିତାକୁ ଆହୁରି ମଜବୁତ କରିବା ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ । Post navigation CJP Protest: ଆଶୁତୋଷ ରାଙ୍କା ଓ ସୌରଭ ଦାସଙ୍କ ହାଜତ ମିଆଦ ବୃଦ୍ଧିକୁ ନବୀନଙ୍କ ନାପସନ୍ଦ, ତୁରନ୍ତ ମୁକ୍ତି ଦାବି एशियन पैरा गेम्स 2026: एक ही संस्करण में दो स्वर्ण पदक जीतने वाले तीसरे भारतीय बने निषाद कुमार