ପାର୍ବଣ ଋତୁରେ ପୂଜା ମଣ୍ଡପ ବୁଲାବୁଲି ସହ ସୁଆଦିଆ ଖାଦ୍ୟର ମଜା ନେଉଛନ୍ତି ଶ୍ରଦ୍ଧାଳୁ ଓ ସାଧାରଣ ଜନତା। ବିଭିନ୍ନ ଫୁଡ୍ ଷ୍ଟଲଗୁଡ଼ିକରେ ପ୍ରବଳ ଭିଡ଼ ଜମୁଥିବା ବେଳେ ଖାଦ୍ୟର ଚାହିଦା ବି ଯଥେଷ୍ଟ ବୃଦ୍ଧି ପାଇଛି। କିନ୍ତୁ ଏହି ସବୁ ଖାଦ୍ୟ କେତେ ପରିମାଣରେ ସୁରକ୍ଷିତ ଏବଂ ସ୍ୱାସ୍ଥ୍ୟକର, ତାହାକୁ ନେଇ ଏବେ ଆକ୍ସନ୍ ମୋଡ୍କୁ ଆସିଛି ଫୁଡ୍ ସେଫ୍ଟି ବିଭାଗ। ରାଜଧାନୀର ବିଭିନ୍ନ ପୂଜା ମଣ୍ଡପ ନିକଟରେ ଗଢ଼ିଉଠିଥିବା ଖାଦ୍ୟ ଷ୍ଟଲଗୁଡ଼ିକ ଉପରେ ବିଭାଗ ପକ୍ଷରୁ ଜୋରଦାର ଚଢ଼ାଉ ଜାରି ରହିଛି। ବିଶେଷ କରି ରସୁଲଗଡ଼ ସମେତ ବିଭିନ୍ନ ମଣ୍ଡପ ଆଖପାଖରେ ଥିବା ଫୁଡ୍ ଷ୍ଟଲଗୁଡ଼ିକରେ ଏକ ସ୍ୱତନ୍ତ୍ର ଟିମ୍ ପକ୍ଷରୁ କଡ଼ା ଯାଞ୍ଚ କରାଯାଉଛି। ଖାଦ୍ୟ କେଉଁପରି ପରିବେଶରେ ପ୍ରସ୍ତୁତ ହେଉଛି, ଷ୍ଟଲରେ ଉଚିତ୍ ସ୍ୱଚ୍ଛତା ରହୁଛି କି ନାହିଁ ଏବଂ ପ୍ରସ୍ତୁତ ହେଉଥିବା ଖାଦ୍ୟର ମାନ କିପରି ରହିଛି, ସେସବୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଦିଗକୁ ଟିମ୍ ପକ୍ଷରୁ ଅନୁଧ୍ୟାନ କରାଯାଉଛି। ଯେଉଁ ଷ୍ଟଲଗୁଡ଼ିକ ଅପରିଷ୍କାର ପରିବେଶରେ ଖାଦ୍ୟ ପ୍ରସ୍ତୁତ କରୁଛନ୍ତି ଏବଂ ସ୍ୱଚ୍ଛତା ନିୟମକୁ ଉଲ୍ଲଂଘନ କରୁଛନ୍ତି, ସେମାନଙ୍କ ଉପରେ ବିଭାଗର କଡ଼ା ନଜର ରହିଛି। ଯାଞ୍ଚ ସମୟରେ ଯଦି କୌଣସି ଷ୍ଟଲରୁ ବାସି କିମ୍ବା ନିମ୍ନମାନର ଖାଦ୍ୟ ମିଳେ, ତେବେ ସମ୍ପୃକ୍ତ ଷ୍ଟଲ୍ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। Post navigation Odisha Durga Puja: କୋଲକାତା ଅଘଟଣ ପରେ ଓଡ଼ିଶା ତତ୍ପର: ବିଭିନ୍ନ ଦୁର୍ଗାପୂଜା ମଣ୍ଡପ ଭିଡ଼ ନିୟନ୍ତ୍ରଣ ପାଇଁ ବଢ଼ିବ ସୁରକ୍ଷା ବଳ France Student Protests: ଫ୍ରାନ୍ସରେ ଭୟଙ୍କର ରୂପ ନେଉଛି ଛାତ୍ର ଆନ୍ଦୋଳନ; ୧୨୦୦ ଗିରଫ, ୧୫୦ରୁ ଅଧିକ ପୋଲିସ କର୍ମୀ ଆହତ