କୋଲକାତା ଦୁର୍ଗାପୂଜା ମଣ୍ଡପରେ ଘଟିଥିବା ଅଘଟଣ ପରେ ଏବେ ସଜାଗ ଓ ତତ୍ପର ହୋଇଉଠିଛି ଓଡ଼ିଶା ପୋଲିସ। ପୂଜା ମଣ୍ଡପଗୁଡ଼ିକରେ ଶୃଙ୍ଖଳିତ ଦର୍ଶନ, ଭିଡ଼ ନିୟନ୍ତ୍ରଣ ଏବଂ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ଏନେଇ ସୂଚନା ଦେଇ କେନ୍ଦ୍ରାଞ୍ଚଳ ଆଇଜି ସତ୍ୟଜିତ ନାୟକ କହିଛନ୍ତି ଯେ, ଶାରଦୀୟ ଦୁର୍ଗାପୂଜା ସମୟରେ ପୂଜାମଣ୍ଡପଗୁଡ଼ିକରେ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ନିୟନ୍ତ୍ରଣ ପାଇଁ ସମସ୍ତ ପ୍ରକାର ଆବଶ୍ୟକୀୟ ବନ୍ଦୋବସ୍ତ କରାଯାଇଛି। ବିଶେଷ କରି କଟକ, ଯାଜପୁର ଏବଂ କେନ୍ଦ୍ରାପଡ଼ା ଜିଲ୍ଲାରେ ଅଧିକ ପୋଲିସ ତାଲିମପ୍ରାପ୍ତ ବଳ ମୋତାୟନ ରହିବେ। ପୂଜା ସମୟରେ ଜନସାଧାରଣଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯାଉଥିବା ବେଳେ ସ୍ନାଚିଂ ଏବଂ ଲୁଟ୍ପାଟ୍ ଭଳି ଅପରାଧିକ କାର୍ଯ୍ୟକଳାପ ଉପରେ ପୋଲିସର କଡ଼ା ନଜର ରହିଛି। ଅସାମାଜିକ ତତ୍ତ୍ୱଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଇଜି ସୂଚନା ଦେଇଛନ୍ତି। Post navigation Kotia Dispute: କୋଟିଆରେ ଆନ୍ଧ୍ରର ନିର୍ବାଚନ; ବେଆଇନ ଉଦ୍ୟମକୁ ରୋକିବ ଓଡ଼ିଶା, ନଜର ରଖିବାକୁ RDCଙ୍କୁ ନିର୍ଦ୍ଦେଶ