ଚାଇନାରେ ନୂଆ ଇତିହାସ ରଚିଛନ୍ତି ଭାରତର ତାରକା ବ୍ୟାଡମିଣ୍ଟନ୍ ଯୋଡ଼ି ସାତ୍ତ୍ବିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟୀ। ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟାଇ ପ୍ରଥମ ଥର ପାଇଁ ଚାଇନା ମାଷ୍ଟର୍ସ ସୁପର ୭୫୦ ଟାଇଟଲ୍ ଜିତିଛନ୍ତି ଏହି ଭାରତୀୟ ଯୋଡ଼ି। ରୋମାଞ୍ଚକର ଫାଇନାଲ ମ୍ୟାଚ୍ରେ ଘରୋଇ ଚୀନ୍ ଯୋଡ଼ି ହଁ ଜି ତିଙ୍ଗ୍ ଓ ରେନ୍ ସିଆଙ୍ଗ୍ ୟୁଙ୍କୁ ୧୧-୨୧, ୨୧-୧୩, ୨୧-୧୭ ସେଟ୍ରେ ପରାସ୍ତ କରି ସେମାନେ ଏହି ବିଜୟ ହାସଲ କରିଛନ୍ତି। ପ୍ରାୟ ୧ ଘଣ୍ଟା ୧୦ ମିନିଟ୍ ଧରି ଚାଲିଥିବା ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚ୍ରେ ଭାରତୀୟ ଯୋଡ଼ି ନିଜର ଧୈର୍ଯ୍ୟ ଓ ସାହସର ପରିଚୟ ଦେଇଛନ୍ତି। ଫାଇନାଲର ଆରମ୍ଭ ଭାରତୀୟ ଯୋଡ଼ିଙ୍କ ପାଇଁ ଭଲ ନଥିଲା। ଚୀନ୍ ଯୋଡ଼ି ଆରମ୍ଭରୁ ୫-୦ରେ ଆଗୁଆ ହୋଇ କଡ଼ା ଚାପ ସୃଷ୍ଟି କରିଥିଲେ ଏବଂ ପ୍ରଥମ ଗେମ୍କୁ ୨୧-୧୧ରେ ଜିତି ନେଇଥିଲେ।ଦ୍ୱିତୀୟ ଗେମ୍ରେ ଚିରାଗଙ୍କ ରଣନୀତିକ ପରିବର୍ତ୍ତନ ଏବଂ ସାତ୍ତ୍ବିକଙ୍କ ଦମଦାର୍ ଆକ୍ରମଣ ଭାରତକୁ ମ୍ୟାଚ୍କୁ ଫେରାଇ ଆଣିଥିଲା। ଭାରତୀୟ ଯୋଡ଼ି ୨୧-୧୩ରେ ଦ୍ୱିତୀୟ ଗେମ୍ ଜିତି ମ୍ୟାଚ୍କୁ ନିର୍ଣ୍ଣାୟକ ଗେମ୍କୁ ନେଇଥିଲେ। ଦ୍ୱିତୀୟ ଗେମ୍ରେ ଚିରାଗ ନେଟ୍ରେ ଦମଦାର୍ ଖେଳ ଦେଖାଇବା ସହ ସାତ୍ତ୍ବିକ ନିଜର ଶକ୍ତିଶାଳୀ ସ୍ମାସ୍ ବଳରେ ବିପକ୍ଷ ଦଳକୁ ମାତ୍ ଦେଇ ମ୍ୟାଚ୍କୁ ୧-୧ ବରାବର ସ୍ଥିତିକି ଆଣିଥିଲେ। ନିର୍ଣ୍ଣାୟକ ତଥା ତୃତୀୟ ଗେମ୍ରେ ଉଭୟ ଦଳ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା। ୧୫-୧୫ ସ୍ଥିତିରେ ସାତ୍ତ୍ବିକ-ଚିରାଗ ଚମତ୍କାର ରଣନୀତି ଆପଣାଇ ୨୧-୧୭ ରେ ନିର୍ଣ୍ଣାୟକ ଗେମ୍ ଜିତି ଚାମ୍ପିୟନ୍ ହୋଇଥିଲେ। Post navigation BJP Odisha Executive Meeting: ବିଜେପି ରାଜ୍ୟ କାର୍ଯ୍ୟକାରିଣୀ; ବିରୋଧୀଙ୍କୁ ଟାର୍ଗେଟ୍ ସହ ପାରିତ ହେଲା ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ଚିଠା ପ୍ରସ୍ତାବ Odisha Vigilance Arrests Kendrapada AEE: ଲାଞ୍ଚ ନେବା ଅଭିଯୋଗରେ ଗିରଫ ହେଲେ ସହକାରୀ ନିର୍ବାହୀ ଯନ୍ତ୍ରୀ ଅନୁପମା ସାହୁ