୯୮.୨୬ ପ୍ରତିଶତ ୨ ହଜାର ଟଙ୍କିଆ ନୋଟ୍‌ ବ୍ୟାଙ୍କିଂ ସିଷ୍ଟମକୁ ଫେରିଛି। ୨୦୨୩ ମେ’ରେ ପ୍ରତ୍ୟାହାର ଘୋଷଣା ପରଠୁ ଫେରିଥିବା ନେଇ ସୂଚନା ଦେଲା ଭାରତୀୟ ରିଜର୍ଭ ବ୍ୟାଙ୍କ । ପ୍ରତ୍ୟାହାର ସତ୍ତ୍ୱେ ୨ ହଜାର ଟଙ୍କିଆ ନୋଟ୍ ବୈଧ ଟେଣ୍ଡର ଭାବରେ ରହିଛି । ଆରବିଆଇ ଇସ୍ୟୁ ଅଫିସ୍‌ ଓ ଇଣ୍ଡିଆ ପୋଷ୍ଟ ମାଧ୍ୟମରେ ବିନିମୟ, ଜମା ସୁବିଧା ଉପଲବ୍ଧ ।

RBI କହିଛି, ବିମୁଦ୍ରୀକରଣ ଶୂନ୍ୟତା ଦୂର ପାଇଁ ଛପା ଯାଇଥିଲା ୨ ହଜାର ଟଙ୍କିଆ ନୋଟ୍‌ । ୧୯ ମଇ ୨୦୨୩ରେ ବ୍ୟବସାୟ ସମାପ୍ତ ହେବା ସମୟରେ ପ୍ରଚଳନରେ ଥିବା ୨୦୦୦ ଟଙ୍କା ନୋଟର ମୋଟ ମୂଲ୍ୟ ୩.୫୬ ଲକ୍ଷ କୋଟି ଟଙ୍କା ଥିଲା । ଯାହା ୩୧ ମଇ ୨୦୨୫ରେ ବ୍ୟବସାୟ ସମାପ୍ତ ହେବା ସମୟରେ ୬,୧୮୧ କୋଟି ଟଙ୍କାକୁ ହ୍ରାସ ପାଇଛି। କେନ୍ଦ୍ରୀୟ ବ୍ୟାଙ୍କ କହିଛି, “ଏହିପରି, ୧୯ ମଇ ୨୦୨୩ ପର୍ଯ୍ୟନ୍ତ ପ୍ରଚଳନରେ ଥିବା ୨୦୦୦ ଟଙ୍କା

Leave a Reply

Your email address will not be published. Required fields are marked *