ସ୍ୱାଧୀନତା ଦିବସ ପୂର୍ବ ସନ୍ଧ୍ୟାରେ, ଅପରେସନ ସିନ୍ଦୂରବେଳେ ଅଦମ୍ୟ ସାହସ ଦେଖାଇଥିବା ୮୬ ଜଣ ସଶସ୍ତ୍ର ବାହିନୀ କର୍ମଚାରୀଙ୍କୁ ବୀରତା ପୁରସ୍କାର ପ୍ରଦାନ କରିବାକୁ ଘୋଷ ଘୋଷଣା କରାଯାଇଛି। ୫୨ ଜଣ ବାୟୁସେନା କର୍ମଚାରୀଙ୍କୁ ବୀରତା ପୁରସ୍କାର ପ୍ରଦାନ କରାଯାଇଛି। ୯ ଜଣ ବାୟୁସେନା ଅଧିକାରୀଙ୍କୁ ବୀର ଚକ୍ର ପ୍ରଦାନ କରାଯାଇଛି । ଏଥିରେ ଅପରେସନ ସିନ୍ଦୂର ଅଧୀନରେ ପାକିସ୍ତାନୀ ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ଧ୍ବଂସ କରିଥିବା ଲଢ଼ୁଆ ପାଇଲଟ୍ ମଧ୍ୟ ଅନ୍ତର୍ଭୁକ୍ତ। ପରମ ବୀରଚକ୍ର ଏବଂ ମହାବୀର ଚକ୍ର ପରେ ଏହା ହେଉଛି ତୃତୀୟ ସବୁଠାରୁ ବଡ଼ ପୁରସ୍କାର । ସରକାର ୭ ଜଣ ସଶସ୍ତ୍ର ବାହିନୀ ଅଧିକାରୀଙ୍କୁ ସର୍ବୋତ୍ତମ ଯୁଦ୍ଧ ସେବା ପଦକ ପ୍ରଦାନ କରିଛନ୍ତି । ଏଥିରେ ୩ ଜଣ ବାୟୁସେନା, ୨ ଜଣ ସ୍ଥଳସେନା ଏବଂ ଜଣେ ନୌସେନା ଅଧିକାରୀ ଅନ୍ତର୍ଭୁକ୍ତ। ପୂର୍ବରୁ, କାର୍ଗିଲ ଯୁଦ୍ଧ ସମୟରେ ଏହି ପଦକ ପ୍ରଦାନ କରାଯାଇଥିଲା। ୧୮ ଜଣ ଭାରତୀୟ ସେନା କର୍ମଚାରୀଙ୍କୁ ବୀରତା ପଦକ ପ୍ରଦାନ କରାଯାଇଛି। ଭାରତୀୟ ସେନା ଅଧିକାରୀ କହିଛନ୍ତି ଯେ ୨ ଜଣ ବରିଷ୍ଠ ଭାରତୀୟ ସେନା ଅଧିକାରୀଙ୍କୁ ସର୍ବୋତ୍ତମ ଯୁଦ୍ଧ ସେବା ଦକ ପ୍ରଦାନ କ କରାଯାଇଥିବାବେଳେ ୪ ଜଣକୁ କୀର୍ତି ଚକ୍ର, ୪ ଜଣ ବୀରଚକ୍ର ଏବଂ ୮ ଜଣ ଶୌର୍ଯ୍ୟ ଚକ୍ର ପ୍ରଦାନ କରାଯାଇଛି । ୧୬ ଜଣ ବିଏସଏଫ ଯବାନଙ୍କୁ ବୀରତା ପଦକ ସୀମା ସୁରକ୍ଷା ବାହିନୀ (ବିଏସଏଫ)ର ୧୬ ଜଣ ଯବାନଙ୍କୁ ବୀରତା ପଦକ ପ୍ରଦାନ କର ରାଯାଇଛି । ବିଏସଏପ ଏସଏଫ ହେଉଛି ଦେଶର ପ୍ରଥମ ସୁରକ୍ଷା ରେଖା, ଯାହା ୨୨୯୦ କିଲୋମିଟର ଲମ୍ବା ଭାରତ- ପାକିସ୍ତାନ ସୀମା ଏବଂ ପଶ୍ଚିମ ଅଞ୍ଚଳରେ ନିୟନ୍ତ୍ରଣ ରେଖା (ଏଲଓସି) ଉପରେ ନଜର ରଖେ ଏବଂ ଏହାର ସୁରକ୍ଷା କରେ। ଏହା ବ୍ୟତୀତ ପୁଲିସ ଏବଂ ଅର୍ଦ୍ଧସାମରିକ ବାହିନୀର କର୍ମଚାରୀଙ୍କୁ ମଧ୍ୟ ପଦକ ପ୍ରଦାନ କରାଯାଇଛି। ଏଥିରେ ଜମ୍ମୁ ଏବଂ କାଶ୍ମୀର ପୁଲିସର ୧୨୮ ପଦକ, ସିଆରପିଏଫର ୨୦ ଏବଂ ଛତିଶଗଡ଼ ପୁଲିସର ୧୪ ପଦକ ଅନ୍ତର୍ଭୁକ୍ତ । କେନ୍ଦ୍ର-ରାଜ୍ୟ ବାହିନୀର ୧୦୯୦ ପୁଲିସଙ୍କୁ ସେବା ପଦକ କେନ୍ଦ୍ର ସରକାର କେନ୍ଦ୍ରୀୟ ଏବଂ ରାଜ୍ୟ ବାହିନୀର ୧୦୯୦ ପୁଲିସଙ୍କୁ ସେବା ପଦ ଦକ ଦେବାକୁ ବାକୁ ଘୋଷଣା କରାଯା ।ଯାଇଛି। ଗୃହ ମନ୍ତ୍ରଣାଳୟ ଅନୁଯାୟୀ, ୨୩୩ ପୁଲିସଙ୍କୁ ବୀରତା ପଦକ, ୯୯ ଜଣଙ୍କୁ ରାଷ୍ଟ୍ରପତିଙ୍କ ବିଶିଷ୍ଟ ସେବା ପଦକ ଏବଂ ୭୫୮ ଜଣଙ୍କୁ ଉତ୍କୃଷ୍ଟ ସେବା ପଦକ ପ୍ରଦାନ କରାଯାଇଛି । ଏଥିରେ ଅଗ୍ନିଶମ ସେବା, ଗୃହରକ୍ଷୀ, ନାଗରିକ ପ୍ରତିରକ୍ଷା ଏବଂ ସଂଶୋଧନ ସେବ କର୍ମଚାରୀ ସାମିଲ ଅଛନ୍ତି । ଜମ୍ମୁ ଏବଂ କାଶ୍ମୀରର ସର୍ବାଧିକ ୧୫୨ ଜଣ ପୁଲିସ କର୍ମୀ ସାହସିକତା ପଦକ ପାଇଛନ୍ତି। Post navigation ଆଜି ୭୯ତମ ସ୍ୱାଧୀନତା ଦିବସ; GSTରେ ସଂସ୍କାର ଆଣିବୁ କହିଲେ ପ୍ରଧାନମନ୍ତ୍ରୀ ମୋଦି