9 dead in Andhra Pradesh stampede
ଆନ୍ଧ୍ର ପ୍ରଦେଶ ର ଶ୍ରୀକାକୁଲମରେ ଦଳାଚକଟା ଘଟି ୯ ଜଣଙ୍କ ମୃତ୍ୟୁ ଘଟିଛି । କାଶିବୁଗା ସ୍ଥିତ ଭେଙ୍କେଟେଶ୍ୱର ସ୍ୱାମୀ ମନ୍ଦିର ଭିତରେ ଦଳାଚକଟା ଯୋଗୁଁ ନଅ ଜଣ ଭକ୍ତଙ୍କ ମୃତ୍ୟୁ ଘଟିଛି ଏବଂ ଅନେକ ଆହତ ହୋଇଛନ୍ତି। । ଏକାଦଶୀ ବ୍ରତ ପାଇଁ ପ୍ରବଳ ଭିଡ ହୋଇଥିବାରୁ ଏହି ଅଘଟଣ ହୋଇଛି ବୋଲି ଜଣାପଡିଛି ।
 
ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଗୁରୁତରଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଅନେକ ଲୋକଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ଥିବା ଜଣାପଡିଛି । ଆଗକୁ ମୃତ୍ୟୁ ସଂଖ୍ୟା ବଢିବା ନେଇ ଆଶଙ୍କା କରାଯାଉଛି ।
 
ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ଦଳ ଏବଂ ଜରୁରୀକାଳୀନ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।
 
ଦଳାଚକଟା ଘଟଣାକୁ ନେଇ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଦୁଃଖ ପ୍ରକାଶ କରିବା ସହିତ ରିଲିଫ୍‌ ଓ ଉଦ୍ଧାର କାର୍ଯ୍ୟ କରିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।

By Nirvay

Leave a Reply

Your email address will not be published. Required fields are marked *