୭୧ତମ ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ତରଙ୍ଗ ସିନେ ପ୍ରଡକ୍ସନର ‘ପୁଷ୍କରା’କୁ ଶ୍ରେଷ୍ଠ ଓଡିଆ ଚଳଚ୍ଚିତ୍ର ସମ୍ମାନ ମିଳିଛି । ସେଇଭଳି ‘ଦ ସି ଆଣ୍ଡ ସେଭେନ ଭିଲେଜେସ’ କୁ ନନ୍ ଫିଚର ଫିଲ୍ମ ଏବଂ ‘ମୋ ବୋଉ, ମୋ ଗାଁ’କୁ (ନନ୍ ଫିଚର ଫିଲ୍ମ, ଶ୍ରେଷ୍ଠ ବାୟୋଗ୍ରାଫିକାଲ/ହିଷ୍ଟୋରିକାଲ ରିକନଷ୍ଟ୍ରକ୍ସନ/କମ୍ପ୍ଲିକେସନ ଫିଲ୍ମ) ରେ ପୁରସ୍କୃତ କରାଯାଇଛି । ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ଏକ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଜେତାମାନଙ୍କୁ ପୁରସ୍କୃତ କରିଥିଲେ । ପୁଷ୍କରା ଚଳଚ୍ଚିତ୍ର ପାଇଁ ଏହାର ନିର୍ମାତା ଲିତିସା ମଙ୍ଗତ ଏବଂ ନିର୍ଦ୍ଦେଶକ ଶୁଭ୍ରାଂଶୁ ଦାସ ରାଷ୍ଟ୍ରପତିଙ୍କଠାରୁ ପୁରସ୍କାର ଗ୍ରହଣ କରିଥିଲେ । ସେଇଭଳି ‘ଦ ସି ଆଣ୍ଡ ସେଭେନ ଭିଲେଜ’ ର ପ୍ରଯୋଜିକା ତଥା କାଦମ୍ବିନୀ ପତ୍ରିକାର ସମ୍ପାଦିକା ଡ. ଇତି ସାମନ୍ତ ଏବଂ ନିର୍ଦ୍ଦେଶକ ହିମାଂଶୁ ଖଟୁଆ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଠାରୁ ପୁରସ୍କାର ଗ୍ରହଣ କରିଛନ୍ତି । ଓଲିଉଡ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ବିଚାରକ ସଦସ୍ୟା ଭାବେ ଜାତୀୟ ପୁରସ୍କାର ପ୍ରଦାନ କରାଯାଇଛି । Post navigation ବିଜେଡିରୁ ସସ୍ପେଣ୍ଡ ହେଲେ ଶ୍ରୀମୟୀ ମିଶ୍ର; ସୋସିଆଲ ମିଡିଆରେ ଦେଲେ ପ୍ରତିକ୍ରିୟା