ଜୟଦେବବିହାର-ନନ୍ଦନକାନନ ବାମପାର୍ଶ୍ବ ସମାନ୍ତରାଳ ରାସ୍ତା  ସାଲିଆସାହି ଭିତରେ ଯାଉଥିବାରୁ ପ୍ରଭାବିତ ହେବାକୁ ଥିବା ବସ୍ତିବାସିନ୍ଦାଙ୍କୁ କ୍ଷତିପୂରଣ ସହ ଥଇଥାନ ଦିଗରେ ପଦକ୍ଷେପ ନିଆଯାଇଛି । ବିଡିଏ, ବିଏମସି ଓ ପୂର୍ତ୍ତ ବିଭାଗ ମିଳିତ ଭାବେ ଆଜି ବସ୍ତିବାସିନ୍ଦା‌ଙ୍କ ସର୍ଭେ କରିଛନ୍ତି । ପୂର୍ବରୁ ହୋଇଥିବା ସର୍ଭେ ଆଧାରରେ ଆଜି ଯାଞ୍ଚ ହୋଇଥିଲା । ପୂର୍ତ୍ତ ବିଭାଗ, ବିଡିଏ ଓ ବିଏମସିର ୨୦ରୁ ଅଧିକ ଟିମ୍‌ ଘରକୁ ଘର ବୁଲି ସର୍ଭେ କରିଥିଲେ ।

ସର୍ଭେ ପରେ ଏହି ୨୦୦ ଫୁଟିଆ ରାସ୍ତା ଦ୍ବାରା ୫୨୧ ପରିବାର ପ୍ରଭାବିତ ହେବେ ବୋଲି ଜଣାପଡିଥିଲା । ତେଣୁ‌ ସେମାନଙ୍କୁ ଥଇଥାନ କରାଯିବା ନେଇ ବ୍ୟବସ୍ଥା ହୋଇଛି । ପର୍ଯ୍ୟାୟକ୍ରମେ ସେମାନଙ୍କୁ ବୁଦ୍ଧ ବିହାର ଆବାସରେ ନିର୍ମାଣ ସରିଥିବା ଘରଗୁଡ଼ିକ ଆବଣ୍ଟନ କରାଯିବ । ହାତିଆସୁଣୀ ପଡ଼ିଆ ନିକଟ ବସ୍ତିବାସିନ୍ଦାଙ୍କୁ ପ୍ରଥମେ ବୁଦ୍ଧବିହାରକୁ ଯିବେ ।

ଅନ୍ୟପଟେ ବୁଦ୍ଧବିହାରରେ ପ୍ରାୟ ୮୦୦ ପରିବାର ରହିବାକୁ ଘରଗୁଡ଼ିକ ପ୍ରସ୍ତୁତ ହୋଇସାରିଛି । ବିଭିନ୍ନ ବ୍ଲକକୁ ରାସ୍ତା ନିର୍ମାଣ ସହ ଆପାର୍ଟମେଣ୍ଟକୁ ପାନୀୟ ଜଳ ଓ ବିଜୁଳି ସଂଯୋଗ ହୋଇଛି । ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା ଆସନ୍ତା ମାସକ ମଧ୍ୟରେ ଶେଷ କରି ରାସ୍ତା କାମ ଆଗେଇ ନେବାକୁ ଲକ୍ଷ୍ୟ ରଖାଯାଇଛି ।

Leave a Reply

Your email address will not be published. Required fields are marked *