ଦୀର୍ଘ ୫୭ ଘଣ୍ଟାର ଅପରେସନ ପରେ ବି ବଞ୍ଚିପାରିଲାନି ୫ ବର୍ଷର ଶିଶୁ ଆର୍ଯ୍ୟନ୍ । ଜୀବନ ସହ ସଂଗ୍ରାମ କରି ଶେଷରେ ଆଖି ବୁଜିଲା ରାଜସ୍ଥାନ ଦୌସା ସ୍ଥିତ କାଲିଖଡ଼ ଗାଁରେ ୫ ବର୍ଷୀୟ ଆର୍ଯ୍ୟନ୍। ଗତ ୯ ତାରିଖରେ ନଳକୂପ ଭିତରକୁ ଖସି ପଡ଼ିଥିବା ୫ ବର୍ଷର ଆର୍ଯ୍ୟନକୁ ୩ ଦିନ ଧରି ଉଦ୍ଧାର କାର୍ଯ୍ୟ ଲାଗିଥିଲେ ମଧ୍ୟ ଜୀବିତ ଫେରି ପାରିନଥିଲେ। କଠିନ ପରିଶ୍ରମ ପରେ ରେସ୍କ୍ୟୁ ଟିମ୍ ଦ୍ବାରା ୫ ବର୍ଷର ଆର୍ଯ୍ୟନଙ୍କୁ ବୋରୱେଲରୁ ଉଦ୍ଧାର କରାଯାଇଥିଲା । କିନ୍ତୁ ହେଲେ ସେତବେଳକୁ ଶେଷ ନିଶ୍ବାସ ତ୍ୟାଗ କରିସାରିଥିଲା ଆର୍ଯ୍ୟନ୍ । ସୂଚନାଯୋଗ୍ୟ, ଡିସେମ୍ବର ୯ ତାରିଖ ଅପରାହ୍ନରେ ରାଜସ୍ଥାନ ଦୌସା ସ୍ଥିତ କାଲିଖଡ଼ ଗାଁରେ ୫ ବର୍ଷୀୟ ଆର୍ଯ୍ୟନ୍ ଖେଳୁଥିବା ସମୟରେ ବୋରୱେଲଭିତରକୁ ଖସି ପଡ଼ିଥିଲା । ଗତ ସୋମବାର ଠାରୁ ତାକୁ ବଞ୍ଚାଇବା ପାଇଁ ଅପରେସନ୍ ଚାଲିଥିଲା। ଜେସିବି ସାଙ୍ଗକୁ ମେସିନ ଲଗାଇ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା। ଆର୍ଯ୍ୟନଙ୍କୁ ବଞ୍ଚାଇବା ପାଇଁ ଏସଡିଆରଏଫ ଓ ଏନଡିଆରଏଫର ଟିମ୍ ଯଥାସମ୍ଭବ ଚେଷ୍ଟା କରିଥିଲେ। ଖନନ କାର୍ଯ୍ୟ ଶେଷ ହେବା ପରେ ଗାତ ଶେଷ ହେବା ପରେ ପିପି କିଟ୍ ପିନ୍ଧି ଏନଡିଆରଏଫ ଯବାନଙ୍କୁ ୧୫୦ ଫୁଟ ତଳକୁ ଓହ୍ଲାଇ ଦିଆଯାଇଥିଲା। ଯବାନମାନେ ଆର୍ଯ୍ୟନଙ୍କ ନିକଟରେ ପହଞ୍ଚିବା ପାଇଁ ଗାତରୁ ବୋରୱେଲ ପର୍ଯ୍ୟନ୍ତ ଏକ ସୁଡ଼ଙ୍ଗ ନିର୍ମାଣ କରିଥିଲେ। ପାଇଲିଂ ମେସିନ୍ ଦ୍ୱାରା ଖୋଳିବା ପରେ ଅନେକ ପ୍ରକାର ସମସ୍ୟାର ସମ୍ମୁଖୀନ ମଧ୍ୟ ହୋଇଥିଲେ। ଶେଷରେ ତାକୁ ବୋରଓ୍ୱେଲ ଗାତ ଭିତରୁ ଉଦ୍ଧାର କରାଯାଇଥିଲା। ଅଚେତ ଥିବାରୁ ତାକୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲା। କିନ୍ତୁ ଡାକ୍ତର ସେଠାରେ ଆର୍ଯ୍ୟନକୁ ମୃତ ଘୋଷଣା କରିଥିଲେ। Post navigation ରେଳବାଇର ହେଉନାହିଁ ଘରୋଇକରଣ; ବିରୋଧୀ ସାଂସଦ ମିଛ କାହାଣୀ ତିଆରି କରୁଛନ୍ତି: ଅଶ୍ବିନୀ ବୃଦ୍ଧି ପାଇବ ଆଉ ୫ ହଜାର ଗୃହରକ୍ଷୀ ପଦବୀ: ମୁଖ୍ୟମନ୍ତ୍ରୀ ମୋହନ ମାଝୀ