ଜାଲ୍ ସାର୍ଟିଫିକେଟ୍‌ ଦେଇ ଚାକିରୀରୁ ନିଲମ୍ବନ ହୋଇଛନ୍ତି ୪୨୪ ଜଣ ଶିକ୍ଷକ । ଏ ନେଇ ଆଜି ଗୃହରେ ବିଧାୟିକା ସୁଭାଷିନୀ ଜେନାଙ୍କ ପ୍ରଶ୍ନରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଲିଖିତ ଉତ୍ତର ଦେଇଛନ୍ତି । ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ଜାଲ୍ ସାର୍ଟିଫିକେଟ୍‌ ଦେଇ ଚାକିରି କରିଥିବା ୪୨୪ ଜଣ ଶିକ୍ଷକଙ୍କୁ ନିଲମ୍ବନ କରିଛି ଗଣଶିକ୍ଷା ବିଭାଗ ।

ମନ୍ତ୍ରୀ ଆଉ ମଧ୍ୟ କହିଛନ୍ତି ବାଲେଶ୍ୱରରେ ୨୦ ଜଣ ଶିକ୍ଷକ ଜାଲିଆତି କରି ଧରାପଡ଼ିଥିବା ବେଳେ ସେମାନଙ୍କ ମଧ୍ୟରୁ ୧୬ ଜଣଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଦ୍ୱାର ଦେଖାଇ ଦିଆଯାଇଛି ।

 

Leave a Reply

Your email address will not be published. Required fields are marked *