ଅନଲାଇନ ଗେମିଙ୍ଗ ଆପ ଫ୍ରିୱିନ ସହ ଜଡିତ ୪୦୦ କୋଟି ଟଙ୍କାର ଠକେଇର ପର୍ଦ୍ଦାଫାଶ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କରିଛି, ଯେଉଁଥିରେ ଚୀନ ନାଗରିକମାନେ ସମ୍ପୃକ୍ତ ଥିବା ଜଣାଯାଇଛି। ଏହି ମାମଲାରେ ଚୀନ ନାଗରିକଙ୍କୁ ସାହାଯ୍ୟ କରିଥିବା ଅଭିଯୋଗରେ ଦୁଇଜଣ ଓଡ଼ିଆ ଯୁବକ ରାଉରକେଲାର ଅରୁଣ ସାହୁ ଓ ଆଲୋକ ସାହୁଙ୍କ ସମେତ ୪ ଜଣ ଭାରତୀୟଙ୍କୁ ଇଡି ଗିରଫ କରିଛି।

ରାଉରକେଲାର ଅରୁଣ ସାହୁ ଓ ଆଲୋକ ସାହୁ ‘ରିଚାର୍ଜ ପର୍ସନ’ ବାବେ କାମ କରି ଅନଲାଇନ ଗେମରଙ୍କଠାରୁ ଟଙ୍କା ସଂଗ୍ରହ କରି ସେମାନଙ୍କ ଆକାଉଣ୍ଟରେ ଜମା କରୁଥିଲେ। ଏହାପରେ ଏହି ଟଙ୍କାକୁ କ୍ରିପ୍ଟକରେନସିରେ ପରିଣତ କ୍ରରାଯାଇଥିଲା ବୋଲି ଇଡି ସୂତ୍ରରୁ ଜଣାପଡିଛି।

ଫ୍ରିୱିନ ଆପ ମିନି ଗେମ ଜରିଆରେ ଟଙ୍କା ରୋଜଗାର କରିବାର ଏକ ସଫଳ ଉପାୟ ପ୍ରଦାନ କରି ଉପଭୋକ୍ତାଙ୍କୁ ଆକୃଷ୍ଟ କରିଥିଲା। ନୂତନ ଉପଭୋକ୍ତାମାନେ ଶୀଘ୍ର ଏକ ଆକାଉଣ୍ଟ ସୃଷ୍ଟି କରିପାରିବେ ଏବଂ ଆପର କାର୍ଯ୍ୟକଳାପରେ ଅଂଶଗ୍ରହଣ କରିବା ଆରମ୍ଭ କରିପାରିବେ, ଯେଉଁଥିରେ ବିଭିନ୍ନ ଦେୟ ପଦ୍ଧତି ମାଧ୍ୟମରେ ସେମାନଙ୍କ ଇନ-ଆପ ବାଲାନ୍ସକୁ ‘ଟପ ଅପ’ କରିବାର ବିକଳ୍ପ ରହିଛି। ତେବେ ୟୁଜର୍ସଙ୍କ ଆକାଉଣ୍ଟରେ ଯଥେଷ୍ଟ ପାଣ୍ଠି ଜମା ହେବା ପରେ ଆପ ସେମାନଙ୍କୁ ଟଙ୍କା ଉଠାଇବା ପାଇଁ ଅନୁମତି ଦେବା ବନ୍ଦ କରିଦେଇଥିଲା, ଯାହାଫଳରେ ସେମାନେ ସେମାନଙ୍କ ଟଙ୍କା ଆଦାୟ କରିବାରେ ଅସମର୍ଥ ହୋଇଥିଲେ।

ଇଡିର ତଦନ୍ତରୁ ଜଣାପଡିଛି ଯେ, ଏହି ଯୋଜନା ମାଧ୍ୟମରେ ପ୍ରାୟ ୪୦୦ କୋଟି ଟଙ୍କା ଦୁର୍ନୀତି ହୋଇଛି।ଏହି ଟଙ୍କାକୁ ବିଭିନ୍ନ କ୍ରିପ୍ଟକରେନସି ଠିକଣାରେ ଟ୍ରାନ୍ସଫର କରାଯାଇଥିଲା, ଯାହା ପରେ ଅପରେସନରେ ଠାବ କରାଯାଇଥିଲା ବୋଲି ଇଡି ତଦନ୍ତରୁ ଜଣାପଡିଛି।

Leave a Reply

Your email address will not be published. Required fields are marked *