ଶନିବାର ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ଏବଂ ଦେଶରେ ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶାର ୬ ଲୋକ ସଭା ଆସନ ସମ୍ବଲପୁର, ଢେଙ୍କାନାଳ, କଟକ, ଖୋର୍ଦ୍ଧା, ପୁରୀ, କେନ୍ଦୁଝର ଏବଂ ଏହା ଅଧୀନ ୪୨ ବିଧାନସଭା ନିର୍ବାଚନମଣ୍ଡଳୀରେ ଭୋଟ ଗ୍ରହଣ ହୋଇଛି। ରାତି ୧ଟା ସୁଦ୍ଧା ଭାରତର ନିର୍ବାଚନ କମିଶନଙ୍କ ପକ୍ଷରୁ ଜାରି ସୂଚନା ଅନୁଯାୟୀ ଏହି ପର୍ଯ୍ୟାୟରେ ରାଜ୍ୟର ମୋଟ ଭୋଟହାର ଆପାତତଃ ୭୪.୪୫% ରହିଛି।

୬ ଲୋକ ସଭା ଆସନ ମଧ୍ୟରୁ ଭୁବନେଶ୍ୱରରେ ୬୪.୪୯%, କଟକରେ ୭୧.୨୦%, ଢେଙ୍କାନାଳରେ ୭୮.୦୧%, କେନ୍ଦୁଝରରେ ୭୮. ୯୭.%, ପୁରୀରେ ୭୫.୪୩% ଏବଂ ସମ୍ବଲପୁରରେ ୭୯.୫୦% ମତଦାନ ହୋଇଛିି। ଏହି ପର୍ଯ୍ୟାୟରେ ୪୪୭ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‌ରେ ସିଲ୍‌ ହୋଇଛି।

୨୦୧୯ ତୁଳନାରେ ଚଳିତ ନିର୍ବାଚନରେ ମତଦାନ ହାର ଅଧିକ ରହିଛି। ଚୂଡ଼ାନ୍ତ ରିପୋର୍ଟ ଆସିବା ପରେ ମତଦାନ ହାର ଆହୁରି ଅଧିକ ହେବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି।

ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ସର୍ବାଧିକ ଭୋଟହାରକୁ ଦେଖିଲେ ଆଠଗଡ଼ରେ ୮୧ .୧୬ %,ଆଠମଲ୍ଲିକ ୮୫.୬୯% ,ବ୍ରହ୍ମଗିରି ୮୧.୨୫ %, ଛେଣ୍ଡିପଦାରେ ୮୪.୩୬ %, ଘସିପୁରାରେ ୮୦.୯୬%, ଜୟଦେବ ୮୦.୭୭ %, କେନ୍ଦୁଝର ୮୦.୫୦% ,ଖଣ୍ଡପଡ଼ାରେ ୮୦.୮୮%, କୁଚିଣ୍ଡାରେ ୮୯.୮୮%, ପାଲଲହଡ଼ାରେ ୮୨ .୯୮%, ପରଜଙ୍ଗରେ ୮୦.୫୦%, ରେଙ୍ଗାଲିରେ ୮୨ .୧୯%, ତେଲକୋଇରେ ୮୦.୬୫% ମତଦାନ ହୋଇଛି ।

ସବୁଠାରୁ କମ ଭୋଟହାର ହୋଇଥିବା ସ୍ଥାନ ଗୁଡିକ ହେଲା , ବାରବାଟୀ ୫୭. ୪୮%, ଭୁବନେଶ୍ୱର-ମଧ୍ୟ ଆସନରେ ୫୧.୨୮ %, ଭୁବନେଶ୍ୱର-ଉତ୍ତରରେ ୫୩. ୯୩ %, ଚୌଦ୍ୱାର-କଟକରେ ୫୯. ୭୩ %,ଭୁବନେଶ୍ୱର-ଏକାମ୍ରରେ ୫୬.୪୨ % ମତଦାନ ହୋଇଛି ।

By SonaliP

Leave a Reply

Your email address will not be published. Required fields are marked *