ମାହାଙ୍ଗା ରେ ବିଜେପି ନେତା କିଏ?

କାହା ନିର୍ଦ୍ଦେଶ ରେ ମାହାଙ୍ଗା ରେ ସଦସ୍ୟତା ଅଭିଯାନ

ମାହାଙ୍ଗା ରେ ବିଜେପି ର ମଙ୍ଗୁଆଳ କିଏ ତାକୁ ନେଇ ଦ୍ଵନ୍ଦ ରେ ମାହାଙ୍ଗା ର ସାଧାରଣ ଜନତା। ଗତ ନିର୍ବାଚନ ରେ ମାହାଙ୍ଗା ରୁ ବିଜେପି ପାର୍ଥି ହୋଇଥିଲେ ସୁମନ୍ତ ଘଡ଼ାଇ, ସେ ସ୍ୱାଧୀନ ପାର୍ଥି ଶାରଦା ପ୍ରଧାନ ଙ୍କ ଠାରୁ ହାରିଯାଇଥିଲେ।
ଦଳବିରୋଧୀ କାର୍ଯ୍ୟକଳାପ ଲାଗି ଶାରଦା ପ୍ରଧାନ ଏବଂ ଶାରଦା ଙ୍କ ପ୍ରମୁଖ ସହଯୋଗୀ ଯାଜ୍ଞସେନୀ ଜେନା ଙ୍କୁ ଦଳରୁ ବହିଷ୍କାର କରାଯାଇଥିଲା।
ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ି ଜିତିବା ପରେ ଶାରଦା ଭାଜପା କୁ ସମର୍ଥନ ଦେଇଥିଲେ।
ଗତ ୧୫ ତାରିଖ ରେ ମାହାଙ୍ଗା ରେ ବିଜେପି ର ସଦସ୍ୟତା ଅଭିଯାନ ହୋଇଥିଲା।
ଏହିବୈଠକ କୁ ଦଳରୁ ବହିସ୍କୃତ ନାରୀ ନେତ୍ରୀ କାହା ନିର୍ଦ୍ଦେଶ ରେ ଆୟୋଜିତ କରିଥିଲେ ତାହା କେହି ଜାଣନ୍ତିନି।
ଉଦବେଗ ର ବିଷୟ ଏହି ବୈଠକ ରେ ମାହାଙ୍ଗା ର ସାଙ୍ଗଠନିକ ଦାୟିତ୍ୱ ରେ ଥିବା ସୁମନ୍ତ ଘଡ଼ାଇ, କୌଣସି ପଞ୍ଚାୟତ କିମ୍ବା ମଣ୍ଡଳ ସଭାପତି ଙ୍କୁ ସୂଚନା ଦିଆ ଯାଇ ନଥିଲା।
ଅନ୍ୟାପକ୍ଷରେ ଭାଜପା କୁ ସମର୍ଥନ ଦେଇଥିବା ଶାରଦା ପ୍ରଧାନ ମଧ୍ୟ ଉପସ୍ଥିତ ନଥିଲେ।
ଉକ୍ତ ବୈଠକ ରେ ଆସିକା ସାଂସଦ ଅନିତା ପ୍ରିୟଦର୍ଶିନୀ, କଟକ ସଦର ବିଧାୟକ ପ୍ରକାଶ ସେଠି, ବୁଲୁ ଚକ୍ରବର୍ତ୍ତୀ, ଅଭୟ ବାରିକ,ସୁଦୀପ୍ତ ଦାସ ପ୍ରମୁଖ ଉପସ୍ଥିତ ଥିଲେ।
ନିଜର ନୀତି ଆଦର୍ଶ ର ଦ୍ୱାହି ଦେଉଥିବା ବିଜେପି ମାହାଙ୍ଗା ରେ ଏବେ କାହା ଦିଗଦର୍ଶନ ରେ ଚାଲିଛି?

Leave a Reply

Your email address will not be published. Required fields are marked *