ହାଇଦ୍ରାବାଦରେ ସଡ଼କ ଦୁର୍ଘଟଣାରେ ୩ ଓଡ଼ିଆ ଶ୍ରମିକ ମୃତ ।ସିକନ୍ଦରକମାମ ଗାଁରେ ଭ୍ୟାନ୍ ଧକ୍କାରେ ୩ ଜଣଙ୍କ ମୃତ୍ୟୁ । ମୃତକ ୩ ଜଣ ନବରଂଗପୁର ଜିଲ୍ଲା ଉମରକୋଟ ଥାନା ଅନ୍ତର୍ଗତ ବକଡ଼ାବେଡ଼ା ଗ୍ରାମର । ଦାଦନ ଖଟିବାକୁ ଯାଇଥିଲେ ମୃତ ଶ୍ରମିକ। ସେଠାରେ ବୃକ୍ଷରୋପଣ କାର୍ଯ୍ୟରେ ନିୟୋଜିତ ଥିଲେ । ମୃତ ଓଡ଼ିଆ ଶ୍ରମିକମାନେ ହେଲେ ଜୟରାମ ଭତ୍ରା (୫୬), ନାରାୟଣ ଭତ୍ରା (୨୦) ଓ ଚେତମନ ଭତ୍ରା (୨୦)। ସୂଚନା ଯୋଗ୍ୟ; ୧୧ ଦିନ ପୂର୍ବରୁ ବକଡ଼ାବେଡ଼ା ଗ୍ରାମର ପ୍ରାୟ ୧୪ ଜଣ ଶ୍ରମିକ ଜଣେ ଦଲାଲଙ୍କ ସହାୟତାରେ ଦାଦନ ଖଟିବାକୁ ତେଲେଙ୍ଗାନା ଯାଇଥିଲେ। ସେମାନେ ସେଠାରେ ଗଛ ଲଗାଇବା କାର୍ଯ୍ୟରେ ନିୟୋଜିତ ଥିଲେ। ତେବେ ଗତକାଲି ଗଛ ଲଗାଉ ଥିବା ସମୟରେ ପଛ ପଟୁ ଏକ ପିକ୍ଅପ୍ ଭ୍ୟାନ୍ ଆସି ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ୩ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଥିଲା। ସେଠାକାର ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା କରୁଥିବା ଗାଡ଼ିକୁ ଜବତ କରିବା ସହ ୩ ମୃତ ଶରୀରକୁ ହସ୍ପିଟାଲ ନେଇ ଶବ ବ୍ୟବଛେଦ କରିଥିଲା। Post navigation ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଆରଏସଏସ ମୁଖ୍ୟ ମୋହନ ଭାଗବତ ୨୨ ତାରିଖକୁ ଘୁଞ୍ଚିଲା ବାଲେଶ୍ୱରରେ କଂଗ୍ରେସ ପକ୍ଷରୁ ହେବାକୁଥିବା ‘ନାରୀ ନ୍ୟାୟ ଯାତ୍ରା’