3-odia-films-win-2023-national-film-awards
ଓଡ଼ିଆ ଚଳଚ୍ଚିତ୍ର ‘ପୁଷ୍କର’ ୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ୨୦୨୩ ରେ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ମାନ୍ୟତା ପାଇଥିବାବେଳେ ଅଣ ଫିଚର ବର୍ଗରେ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବରେ ‘ଦ ସିଆଣ୍ଡ ସେଭେନ ଭିଲେଜେସ’ ପୁରସ୍କୃତ ହୋଇଛି । ସେହିପରି ଅଣ ଫିଚର ବର୍ଗରେ ‘ମୋ ବୋଉ, ମୋ ଗାଁ’ ଚଳଚିତ୍ର (ଆତ୍ମ ଜୀବନୀ/ଐତିହାସିକ) ଚଳଚ୍ଚିତ୍ର ମାନ୍ୟତା ପାଇଛି ।
 
ତରଙ୍ଗ ସିନେ ପ୍ରୋଡ଼କସନସ୍ ପ୍ରଯୋଜିତ ଏହି ଚଳଚ୍ଚିତ୍ର ଶଙ୍କର ତ୍ରିପାଠୀଙ୍କ ମୂଳ ଉପନ୍ୟାସ ନାଦବିନ୍ଦୁ ଉପରେ ଆଧାରିତ । ସବ୍ୟସାଚୀ ମିଶ୍ରଙ୍କ ଅଭିନୀତ ଚଳଚ୍ଚିତ୍ର ‘ପୁଷ୍କର’ ୨୦୨୩ ସେପ୍ଟେମ୍ବର ୧୯ ତାରିଖରେ ମୁକ୍ତିଲାଭ କରିଥିଲା । ଶୁଭ୍ରାଂଶୁ ଦାସଙ୍କ ନିର୍ଦ୍ଦେଶନାରେ ତିଆରି ‘ପୁଷ୍କର’ ଚଳଚ୍ଚିତ୍ର ଓଡ଼ିଶାର ଗ୍ରାମୀଣ ପରମ୍ପରା ଓ ସାମାଜିକ ଚଳଣି କୁ ନେଇ ମୃତ୍ୟୁ ପରେ ପୁଷ୍କର ଛଡ଼ାଇବା ପରମ୍ପରା ଉପରେ ପର୍ଯ୍ୟବେସିତ ।
ନିର୍ଦ୍ଦେଶକ ହିମାଂଶୁ ଶେଖର ଖଟୁଆଙ୍କ “ଦ ସି ଆଣ୍ଡ ସେଭେନ୍ ଭିଲେଜେସ୍‌” ପ୍ରାମାଣିକ ଚଳଚ୍ଚିତ୍ରରେ ପରିବେଶ ପରିବର୍ତ୍ତନର ରୂପ ଛନ୍ଦ ପରିପ୍ରକାଶ ପାଇଛି । ସେହିପରି ସୁବାଷ ସାହୁଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ‘ମୋ ବୋଉ, ମୋ ଗାଁ’ ଚଳଚିତ୍ର ଅତୀତ ଓ ଗାଁ ର ଦୃଶ୍ୟକୁ ନେଇ ଆଧାରିତ ।

By Nirvay

Leave a Reply

Your email address will not be published. Required fields are marked *