ଅନଲାଇନ ବେଟିଂ ଆପର ପ୍ରଚାର କରି ଫସିଛନ୍ତି ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିର କଳାକାର । ବେଆଇନ ବେଟିଂ ଆପ୍ ପ୍ରଚାର ଅଭିଯୋଗରେ ମୋଟ୍ ୨୫ କଳାକାରଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିବା ଜଣାପଡିଛି । ଏହି କଳାକାରଙ୍କ ମଧ୍ୟରେ ରାଣା ଦଗୁବତୀ, ପ୍ରକାଶ ରାଜ, ନିଧି ଅଗ୍ରୱାଲ, ବିଜୟ ଦେବରକୋଣ୍ଡା ଓ ମଞ୍ଚୁ ଲକ୍ଷ୍ମୀୂ ସାମିଲ ରହିଛନ୍ତି। ଅଭିନେତାମାନଙ୍କ ବିରୁଦ୍ଧରେ ସୂଚନା ପ୍ରଯୁକ୍ତିବିଦ୍ୟା ଆଇନର ଧାରା ୬୬(D) ସମେତ ଟିଏସ୍ ଗେମିଂ ଆଇନ ଏବଂ ଆଇଟି ଆଇନର ବହୁବିଧ ଧାରା ଅନୁଯାୟୀ ମାମଲା ରୁଜୁ କରାଯାଇଥିବା ସୂଚନା ମିଳିଛି । ଏହି କେସ୍ ବ୍ୟବସାୟୀ ଫଣିନ୍ଦ୍ର ଶର୍ମାଙ୍କ ଅଭିଯୋଗ ପରେ ରୁଜୁ କରାଯାଇଛି । ଏଫଆଇଆରରରେ ଅନୁସାରେ ଅନଲାଇଟ ବେଟିଂ ଆପର ପ୍ରମୋସନ ପାଇଁ ସାମାଜିକ ଗଣମାଧ୍ୟମ ଆଡ ଜରିଆରେ କରାଯାଉଛି । ଯେଉଁଥିରେ ସେଲିବ୍ରିଟି ଓ ଇନଫ୍ଲୁଏନସରଙ୍କ ସହାୟତା ନିଆଯାଇଛି । କୋଟି କୋଟି ଟଙ୍କାର ଖେଳ ଏହି ବେଆଇନ ପ୍ଲାଟଫର୍ମରେ ହୋଇଛି । ଏଥିରେ ଅନେକ ପରିବାର ଆର୍ଥିକ ସଙ୍କଟରେ ଫସି ଯାଇଛନ୍ତି । ଏଥିରେ ଅଧିକାଂଶ ନିମ୍ନ ମଧ୍ୟବର୍ଗର ଲୋକେ ସାମିଲ । ଅଭିଯୋଗରେ ଶର୍ମା ଉଲ୍ଲେଖ କରିଛନ୍ତି ଯେ, ଲୋକେ ଏହି ଅନଲାଇନ ବେଟିଂ ଆପକୁ ବହୁଳ ମାତ୍ରାରେ ବ୍ୟବହାର କରିଛନ୍ତି । ଆଉ ନିଜ ପରିଶ୍ରମରେ ରୋଜଗାର ଅର୍ଥ ହରାଇ ଦେଇଛନ୍ତି । ଲୋକଙ୍କ ଅନଲାଇନ୍ ବେଟିଂ ଆପରେ ଖେଳିବା ନିଶା ପାଲଟି ଯାଇଥିଲା । ଚେତାବନୀ ପରେ ସେମାନେ ପଛକୁ ହଟିଛନ୍ତି । ସେଲିବ୍ରିଟିମାନେ ମୋଟା ଅଙ୍କର ଅର୍ଥ ନେଇ ଏହି ସବୁ ଆପର ପ୍ରଚାର କରୁଛନ୍ତି । ଏଥିରେ ଲୋକେ ପ୍ରଭାବିତ ହୋଇ ବେଟିଂ ମାୟାଜାଲରେ ଫଶି ଯାଉଛନ୍ତି । ଏହି ସବୁ ସେଲିବ୍ରିଟି ମାନେ ଅନଲାଇନ ବେଟିଂ ଆପରେ ଖେଳିବାକୁ ପ୍ରେରିତ କରୁଛନ୍ତି । ଆଉ ନିଜର ଆଦର୍ଶ ଅଭିନେତା ଓ ଅଭିନେତ୍ରୀଙ୍କ ଚିକ୍କଣିଆ ବିଜ୍ଞାପନରେ ଫସି ଯାଉଛନ୍ତି ଲୋକେ । ଏପରି ଆପ୍ ଏବଂ ପ୍ଲାଟଫର୍ମଗୁଡ଼ିକ ବ୍ୟାପକ ଆର୍ଥିକ କ୍ଷତି ଘଟାଉଛନ୍ତି, ବିଶେଷକରି ନିମ୍ନ ଏବଂ ମଧ୍ୟବିତ୍ତ ପରିବାର ମଧ୍ୟରେ ଯେଉଁମାନେ ସହଜ ଟଙ୍କା ପାଇବାର ମିଥ୍ୟା ପ୍ରତିଶ୍ରୁତିରେ ପ୍ରଲୋଭିତ ହେଉଛନ୍ତି। Post navigation ପୂଜା ସାମଗ୍ରୀ ନାଁରେ ଚାଲିଥିଲା ବେଆଇନ ବାଣ ଗୋଦାମ; ଚଢ଼ାଉ କଲା ପୋଲିସ୍ ରାଉରକେଲା ପାଇଁ ୩ଟି ପ୍ରମୁଖ ଦାବି ନେଇ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ବରିଷ୍ଠ ବିଜେପି ନେତା ଦିଲୀପ ରାୟ