କାଲିଫର୍ଣ୍ଣିଆରେ ଜଙ୍ଗଲ ନିଆଁ ଭୟଙ୍କର ସ୍ଥିତି ସୃଷ୍ଟି କରିଛି। ଆମେରିକାର ଲସ୍ଏଞ୍ଜେଲସ୍ରେ ଲାଗିଥିବା ନିଆଁ ଗତ ୬ ଦିନ ଧରି ତାଣ୍ଡବ ରଚୁଛି । ଖାଲି ଜଙ୍ଗଲ ନୁହେଁ ଜନବସତି ଅଞ୍ଚଳ, ବଡ଼ବଡ଼ ଅଟ୍ଟାଳିକା ମଧ୍ଯ ପାଉଁଶ ହୋଇଗଲାଣି । ନିଆଁ ୪୦ ହଜାର ଜମିକୁ ଗର୍ଭସ୍ଥ କରିଥିଲାବେଳେ ୧୨ହଜାରରୁ ଅଧିକ ଘର ଭସ୍ମୀଭୂତ ହୋଇଯାଇଛି । ଏହି ନିଆଁରେ ୨୪ ଜଣଙ୍କ ମୃତ୍ୟୁ ହେଲାଣି। ଅନେକ ଆହତ ହୋଇଥିବା ବେଳେ ବହୁତ୍ ଲୋକ ନିଖୋଜ ରହିଥିବା ସୂଚନା ମିଳିଛି । ଏହାକୁ ଆମେରିକାର ଇତିହାସର ସବୁଠୁ ମହଙ୍ଗା ବିପର୍ଯ୍ୟୟ ବୋଲି କୁହାଯାଉଛି । ଅନେକ ସମ୍ବଳ ଉପଲବ୍ଧ ଥିବା ସତ୍ତ୍ବେ ନିଆଁକୁ ନିୟନ୍ତ୍ରଣ କରିବାରେ ଆମେରିକା ବିଫଳ ହୋଇଛି। ସ୍ଥିତି ଏତେ ଖରାପ ହୋଇଯାଇଛି ଯେ ସରକାର ନିଆଁର ମୁକାବିଲା ଲାଗି ନ୍ୟାସନାଲ ଗାର୍ଡ ମୁତୟନ କରିଛନ୍ତି। କାନାଡା ଏବଂ ମେକ୍ସିକୋ ମଧ୍ୟ ନିଆଁ ଲିଭାଇବାରେ ଆମେରିକାକୁ ସହଯୋଗ କରୁଛି। ଅନ୍ୟପଟେ ୫୦ ହଜାର ଲୋକଙ୍କୁ ତୁରନ୍ତ ଘର ଖାଲି କରିବାକୁ କୁହାଯାଇଛି। ୩ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହ ନିଆଁ ଲିଭାଇବାରେ ପ୍ରଶାସନ ବ୍ୟସ୍ତ ଥିବାର ସୁଯୋଗ ନେଇ କିଛି ଦୁର୍ବୃତ୍ତ ଲୁଟପାଟ ଆରମ୍ଭ କରି ଦେଇଛନ୍ତି । ଉପାୟ ନପାଇ ପ୍ରଶାସନ ସହରରେ ଜରୁରୀ ସ୍ଥିତି ଲାଗୁ କରିଛି । Post navigation ଆମେରିକାରେ ଅଗ୍ନି ପ୍ରଳୟ; ୧୦ରୁ ଅଧିକଙ୍କ ମୃତ୍ୟୁ