Month: September 2025

ବସ୍ତି ପାଇଁ କି ଅପରେସନ ଉତ୍କଳର ?

ଉତ୍କଳ ବିଶ୍ବବିଦ୍ୟାଳୟଙ୍କ କର୍ତ୍ତୃପକ୍ଷଙ୍କ ହଠାତ ନିଦ ଭାଙ୍ଗିବାର କାରଣ କ’ଣ ? ପ୍ରଥମେ ହଷ୍ଟେଲ ସଫା । ଏବେ କ୍ୱାର୍ଟର ସଫା । ଏତେଦିନ ଧରି କେମିତି କୁଳପ‌ତିଙ୍କଠାରୁ ଆରମ୍ଭ କରି ବିଶ୍ଵ ବିଦ୍ୟାଳୟର ଅନ୍ୟ ପ୍ରଶାସନିକ ନିଜ କର୍ମକର୍ତ୍ତା ଆଖି…

ଲୋକାର୍ପିତ ହେଲା ଲୋପାମୁଦ୍ରାଙ୍କ ରଚିତ ସୁରେନ୍ଦ୍ର ମହାନ୍ତିଙ୍କ ସ୍ମୃତିଚାରଣ ‘ଲୋକାପୁଅ ସୁରିଆ’

ଉନ୍ମୋଚିତ ହେଲା ସୁରେନ୍ଦ୍ର ମହାନ୍ତିଙ୍କ ଜୀବନୀ ଉପରେ ଆଧାରିତ ପୁସ୍ତକ ‘ଲୋକାପୁଅ ସୁରିଆ’। ଓଡ଼ିଆ କଥା ସାହିତ୍ୟକୁ ସ୍ବର୍ଗତ ସୁରେନ୍ଦ୍ର ମହାନ୍ତିଙ୍କ ଅବଦାନ ଅତୁଳନୀୟ। ଦୈନିକ ଖବର କାଗଜ ସମ୍ବାଦର ପ୍ରଥମ ସମ୍ପାଦକ ସୁରେନ୍ଦ୍ର ମହାନ୍ତିଙ୍କ ଜୀବନୀକୁ ନେଇ ଲିଖିତ ପୁସ୍ତକ…

୩ ଦିନିଆ ନୂଆଦିଲ୍ଲୀ ଗସ୍ତରେ ଗଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ତିନିଦିନିଆ ଦିଲ୍ଲୀ ଗସ୍ତରେ ଗଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆଜି ସିପି ରାଧାକ୍ରିଷ୍ଣନ୍ ଉପରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବେ । ଏହି ସମାରୋହରେ ଯୋଗଦେବେ ମୁଖ୍ୟମନ୍ତ୍ରୀ । କିଛି କେନ୍ଦ୍ରମନ୍ତ୍ରୀଙ୍କୁ ଭେଟି ଓଡ଼ିଶା ପ୍ରସଙ୍ଗରେ ଆଲୋଚନା ମଧ୍ୟ କରିପାରନ୍ତି…

ଲୋକଙ୍କ ମୌଳିକ ସମସ୍ୟାର ସମାଧାନ ପାଇଁ କାର୍ଯ୍ୟ କରିବ ବିଜେପି ସରକାର: ମନମୋହନ ସାମଲ

ଯାଜପୁର ଜିଲ୍ଲା ଗସ୍ତର ଦ୍ୱିତୀୟ ଦିନରେ ଦଶରଥପୁର ବ୍ଲକର ନନ୍ଦୀପୁରଠାରେ ଅନୁଷ୍ଠିତ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ଲୋକଙ୍କ ମୌଳିକ ସମସ୍ୟାର ସମାଧାନ ପାଇଁ ବିଜେପି ସରକାର କାର୍ଯ୍ୟ କରିବ ବୋଲି…

ବାଲିଗୁଡାର ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀଙ୍କ ସ୍ମୃତିସଭାରେ ଶ୍ରଦ୍ଧାଞ୍ଜଳି ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ବାଲିଗୁଡାର ପୂର୍ବତନ ବିଧାୟକ ସ୍ୱର୍ଗତ କରେନ୍ଦ୍ର ମାଝୀଙ୍କ ଶ୍ରଦ୍ଧାଞ୍ଜଳି ସଭା ଓ ସ୍ମୃତିଚାରଣ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ସ୍ୱର୍ଗତ କରେନ୍ଦ୍ର ମାଝୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଜନଜାତି…

ରାଜ୍ୟ କାର୍ଯ୍ୟାଳୟରେ ବିଜେପି ଯୁବ ମୋର୍ଚ୍ଚାର ‘ସେବା ପକ୍ଷ’ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ରାଜ୍ୟ କାର୍ଯ୍ୟାଳୟରେ ଆଜି ବିଜେପି ଯୁବ ମୋର୍ଚ୍ଚାର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ସେପ୍ଟେମ୍ବର ୧୭ ତାରିଖରେ ଥିବାବେଳେ ୧୭ ତାରିଖରୁ ଅକ୍ଟୋବର ୨ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପର୍ଯ୍ୟନ୍ତ ସେବା ପକ୍ଷ…

ଛତିଶଗଡ଼ରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୧୦ ମାଓବାଦୀ ନିପାତ

ଛତିଶଗଡ଼ର ଗରିଆବନ୍ଧ ଜିଲ୍ଲାରେ ଏକ ବଡ଼ ଧରଣର ମାଓ ଅପରେସନ ହୋଇଛି । ସୁରକ୍ଷାକର୍ମୀଙ୍କ ଗୁଳିରେ ୧୦ ମାଓବାଦୀ ନିପାତ ହୋଇଥିବା ସୂଚନା ମିଳିଛି । ଭାଲୁଡ଼ିହି ଜଙ୍ଗଲରେ ସର୍ଚ୍ଚ ଅପରେସନ ବେଳେ ମାଓ-ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଥିଲେ । ଏହି ମାଓଦମନ…

ମହାନଦୀ ନଦୀତଟ ବିକାଶ ଯୋଜନାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ; ୩ ବର୍ଷରେ ଖର୍ଚ୍ଚ ହେବ ୨୪୦ କୋଟି ଟଙ୍କା

ଚାଉଁରପୁର ବହୁ ଆକାଂକ୍ଷିତ ମହାନଦୀ ନଦୀତଟ ବିକାଶ (Mahanadi River Front Development) ଯୋଜନାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ମଞ୍ଜୁରୀ ଦେଇଛନ୍ତି । ଏହି ଯୋଜନା ୨୦୨୫-୨୬ ରୁ ୨୦୨୭-୨୮ ମଧ୍ୟରେ କାର୍ଯ୍ୟକାରୀ ହେବ ଏବଂ ତିନି ବର୍ଷରେ…

ବସୁନ୍ଧରା ଯୋଜନାରେ ଭୂମିହୀନଙ୍କୁ ମିଳିବ ଜମି: ସୁରେଶ ପୂଜାରୀ

ଭୂମିହୀନଙ୍କୁ ବସୁନ୍ଧରା ଯୋଜନାରେ ମିଳିବ ଜମି। ବସୁନ୍ଧରା ଯୋଜନାରେ ଭୂମିହୀନଙ୍କୁ ଜମି ଯୋଗାଇବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର । ଏ ନେଇ ସୂଚନା ଦେଲେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ସେ କହିଛନ୍ତି…

ରାଜ୍ୟରେ ଅଭାବ ନାହିଁ ସାର: ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଆଜି ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟରେ ସାର ଯୋଗାଣ ସ୍ଥିତିର ସମୀକ୍ଷା କରି ସମସ୍ତ ଜିଲ୍ଲାରେ ଥିବା PACS ଏବଂ LAMPCS ଜରିଆରେ ସାର ଆବଣ୍ଟନ କାର୍ଯ୍ୟକୁ ଠିକ ଭାବରେ ତଦାରଖ (ମନିଟରିଂ) କରିବା ପାଇଁ…