Day: 24 July 2025

BMC କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ ଗିରଫ

ଭୁବନେଶ୍ୱର ମହାନଗର ନିଗମର କୋଟିପତି ନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ ଗିରଫ । ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ । ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକଙ୍କ ଘରେ ଚଢ଼ଉ ବେଳେ ଅଚଳାଚଳ ସମ୍ପତ୍ତି ଠାବ କରାଯାଇଛଥିଲା ।…

ରାଜ୍ୟପାଳଙ୍କ ଭୂମିକାକୁ ନେଇ ଚର୍ଚ୍ଚା; ଆଇନ ବିଭାଗ ଯିବ କି ସୁରେଶଙ୍କ ହାତକୁ ?

ନବୀନ ପଟ୍ଟନାୟକ ଏବଂ ଭିକେ ପଣ୍ଡିଆନଙ୍କ ମେଣ୍ଟ ସ୍ବପ୍ନକୁ ଭାଙ୍ଗିବାରେ ତତ୍କାଳୀନ ରାଜ୍ୟପାଳ ରଘୁବର ଦାସ ବଡ଼ ଭୂମିକା ଗ୍ରହଣ କରିଥିଲେ । ଏବେ ରାଜ୍ୟ ମନ୍ତ୍ରୀମଣ୍ଡଳ ପୁନର୍ଗଠନରେ ବର୍ତ୍ତମାନର ରାଜ୍ୟପାଳ ହରିବାବୁ କମ୍ଭମପଟି ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ଯାଉଛନ୍ତି…

ନୂଆଦିଲ୍ଲୀ ଭାଜପା ସାଂସଦ ବୈଠକକୁ ନେଇ ରାଜନୀତି ସରଗରମ; ମୋହନଙ୍କ ଦପ୍ତର ବିରୋଧରେ ପ୍ରବଳ ବିଷୋଦଗାର

ଭାଜପା ସଭାପତି ମନମୋହନ ସାମଲ ଏବେ ରାଜଧାନୀ ଦିଲ୍ଲୀରେ । ମଙ୍ଗଳବାର ସକାଳେ ପହଞ୍ଚିଛନ୍ତି। କେତେଜଣ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଛନ୍ତି । ରେଳବାଇ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ସହ ତାଙ୍କର ସୌଜନ୍ୟମୂଳକ ସାକ୍ଷାତ ହୋଇଛି । ପୂର୍ବକାଳୀନ ସଭାପତି ହେବା ପରେ –…

‎ସୃଷ୍ଟି ହେଲା ଲଘୁଚାପ; ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆଗାମୀ ୨୪ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି। ଲଘୁଚାପଟି ଘନୀଭୂତ ହେବା ସହ ସ୍ପଷ୍ଟ ଚିହ୍ନିତ ଲଘୁଚାପର ରୂପ ନେବାର ଆଶଙ୍କା କରାଯାଉଥିବାବେଳେ ଏହା ପଶ୍ଚିମ…

ଗନ୍ଧମାର୍ଦ୍ଦନ ପାହାଡ଼ ଉପରେ ଫସିଥିବା ୧୭ ଜଣ ପର୍ଯ୍ୟଟକ ଉଦ୍ଧାର

ଗନ୍ଧମାର୍ଦ୍ଦନ ପାହାଡ଼ ଉପରେ ଫସିଥିବା ୧୭ ଛତିଶଗଡ଼ି ପର୍ଯ୍ୟଟକ ଉଦ୍ଧାର । ଫସିରହିଥିବା ପର୍ଯ୍ୟଟକଙ୍କ ପାଖରେ ପହଞ୍ଚିଲେ ରେସକ୍ୟୁ ଟିମ । ପ୍ରବଳ ବର୍ଷା ଯୋଗୁଁ ପାହାଡ଼ ଉପରେ ଫସି ଯାଇଥିଲେ ଛତିଶଗଡ଼ର ୧୭ ପର୍ଯ୍ୟଟକ । ନୃସିଂହନାଥଠାରୁ ୫ କି.ମି…