Day: 23 July 2025

ଉତ୍କଳ ବିଶ୍ୱବିଦ୍ୟାଳୟ ଭାରପ୍ରାପ୍ତ କୁଳପତିଙ୍କ ନିଯୁକ୍ତି ରଦ୍ଦ କଲେ ରାଜ୍ୟପାଳ

ଉତ୍କଳ ବିଶ୍ୱବିଦ୍ୟାଳୟ ଭାରପ୍ରାପ୍ତ କୁଳପତିଙ୍କ ନିଯୁକ୍ତି ରଦ୍ଦ କରିଛନ୍ତି ରାଜ୍ୟପାଳ ହରିବାବୁ କମ୍ଭମ୍‌ପତି । ଏନେଇ ଆଡଭୋକେଟ୍ ଜେନେରାଲ୍ ପୀତାମ୍ବର ଆଚାର୍ଯ୍ୟ ଓଡ଼ିଶା ହାଇକୋର୍ଟଙ୍କୁ ଅବଗତ କରିଛନ୍ତି । ଆଗକୁ ନୂଆ କୁଳପତି ନିଯୁକ୍ତି ନେଇ ନୂଆ ଅଧ୍ୟାଦେଶ ଅଣାଯିବ ।…

ବଳଙ୍ଗାରେ ଛାତ୍ରୀଙ୍କୁ ପୋଡ଼ିଦେବା ଘଟଣାରେ ୩ ଅଟକ

ପୁରୀ ଜିଲ୍ଲା, ନିମାପଡ଼ା ବଳଙ୍ଗାରେ ନାବାଳିକା ଛାତ୍ରୀଙ୍କୁ ଜିଅନ୍ତା ଜାଳିଦେବା ଘଟଣାରେ ଆଜି ପୋଲିସ ତିନି ଜଣଙ୍କୁ ଉଠାଇ ନେଇଛି । ବଳଙ୍ଗା ପୋଲିସ ସହିତ ସ୍ପେଶାଲ ଟିମ ସେମାନଙ୍କୁ ଅଜ୍ଞାତ ସ୍ଥାନରେ ରଖି ପଚରାଉଚରା କରୁଛି । ଅଟକ ଥିବା…

ରାଜ୍ୟର ୨୩ ଜିଲ୍ଲାରେ ପ୍ରତିଷ୍ଠା ହେବ ୫୬ ନୂଆ କୋର୍ଟ  

ରାଜ୍ୟର ୨୩ଟି ଜିଲ୍ଲାରେ ୫୬ଟି ନୂତନ ଅଦାଲତ ପ୍ରତିଷ୍ଠା ପାଇଁ ମିଳିଲା ଅନୁମୋଦନ । ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଏବଂ ଭଦ୍ରକ ବାସୁଦେବପୁରେ ଗୋଟିଏ ଲେଖାଏଁ ଅତିରିକ୍ତ ଜିଲ୍ଲା ଦୌରା ଜର୍ଜ ସ୍ଥାପନ କରାଯିବ । ଏହା ସହ ମୟୂରଭଞ୍ଜରେ ସର୍ବାଧିକ…

କଟକରେ ଅଧାରୁ ଅଧିକ କଲେଜ କର୍ମଚାରୀଙ୍କ ଦରମା ବନ୍ଦ

କଟକ ଜିଲ୍ଲାର ଅଧାରୁ ଅଧିକ କଲେଜରେ କର୍ମଚାରୀଙ୍କ ଦରମା ବନ୍ଦ କରିବା ନିର୍ଦ୍ଦେଶ । ଆଭ୍ୟନ୍ତରୀଣ ଅଭିଯୋଗ କମିଟି ରିପୋର୍ଟ ଦାଖଲ କରି ନଥିବାରୁ ଉଚ୍ଚ ଶିକ୍ଷା ବିଭାଗ ଏହି ଭଳି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି । ଏହାସହ ଆସନ୍ତା…

ରାଜ୍ୟରେ ପ୍ରତିଷ୍ଠା ହେବ ଓଡ଼ିଶା ଇଣ୍ଡଷ୍ଟ୍ରିଆଲ୍ ସିକ୍ୟୁରିଟି ଫୋର୍ସର ଆଉ ୨ଟି ନୂଆ ବାଟାଲିୟନ୍

ରାଜ୍ୟରେ ପ୍ରତିଷ୍ଠା ହେବ ଓଡ଼ିଶା ଇଣ୍ଡଷ୍ଟ୍ରିଆଲ୍ ସିକ୍ୟୁରିଟି ଫୋର୍ସ (OISF)ର ୨ଟି ନୂଆ ବାଟାଲିୟନ୍ । ତୃତୀୟ ଓ ଚତୁର୍ଥ ବାଟାଲିୟନ ନାମରେ ଏହା ନାମିତ ହେବ । ଏହି ଦୁଇଟି ନୂତନ ବାଟାଲିଅନ ପାଇଁ ସମୁଦାୟ ୨୦୮୦ ଟି ପଦବୀ…

ରାଜଧାନୀରେ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ

ଗତକିଛି ଦିନ ହେବ ବିଭିନ୍ନ ଜିଲ୍ଲାରେ ଦୁଷ୍କର୍ମ ବା ଗଣଦୁଷ୍କର୍ମର ଘଟଣା ସାମ୍ନାକୁ ଆସିଛି । ଯାହା ସମସ୍ତଙ୍କ ମଧ୍ୟରେ ଆତଙ୍କ ଖେଲାଇସାରିଲାଣି । ଏହାରି ମଧ୍ୟରେ ପୁଣି ଯୁବତୀଙ୍କୁ ଅସଦାଚରଣ ଘଟଣା ଦେଖିବାକୁ ମିଳିଛି । ରାଜଧାନୀ ଭୁବନେଶ୍ୱରରେ ଜଣେ…

‘ବିକଶିତ ଗାଁ ବିକଶିତ ଓଡିଶା’ ଯୋଜନାକୁ ହାଇକୋର୍ଟଙ୍କ ଝଟକା

ବିକଶିତ ଗାଁ, ବିକଶିତ ଓଡ଼ିଶା ଯୋଜନା କାର୍ଯ୍ୟକାରିତା ଉପରେ ଓଡ଼ିଶା ହାଇକୋର୍ଟଙ୍କ ଅନ୍ତରୀଣ ଅଙ୍କୁଶ ଲାଗିଛି । ଗତ ଫେବୃଆରୀ ୫ ତାରିଖରେ ଏହି ଯୋଜନାର ଶୁଭାରମ୍ଭ କରାଯାଇଥିଲା । ତେବେ ଯୋଜନାରେ ଗ୍ରାମସଭାର କ୍ଷମତା ସଙ୍କୁଚିତ କରାଯାଇଥିବା ଅଭିଯୋଗ କରି…

ଦୁର୍ନୀତି ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ; ପୂର୍ବତନ ଯୋଗାଣ ନିରୀକ୍ଷକ ଚାକିରୀରୁ ବହିସ୍କୃତ

ଦୁର୍ନୀତି ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନୁଗୋଳ ଜିଲ୍ଲା କଣିହା ବ୍ଲକର ପୂର୍ବତନ ଯୋଗାଣ ନିରୀକ୍ଷକ ବବିଲତା ବେହେରାଙ୍କୁ ଚାକିରୀରୁ ବହିଷ୍କାର କରିଛନ୍ତି । ବବିଲତା ବର୍ତ୍ତମାନ ବାରିପଦା ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟରେ…