Day: 24 May 2025

ଅଭିନେତା ମୁକୁଲ ଦେବଙ୍କ ୫୪ ବର୍ଷ ବୟସରେ ପରଲୋକ

ମାତ୍ର ୫୪ ବର୍ଷ ବୟସରେ ସମସ୍ତଙ୍କୁ ଛାଡ଼ି ଆରପାରିକୁ ଚାଲି ଯାଇଛନ୍ତି ଅଭିନେତା ମୁକୁଲ ଦେବ । ଗତ କିଛି ଦିନ ହେବ ଅସୁସ୍ଥ ହୋଇ ଆଇସିୟୁରେ ଭର୍ତ୍ତି ହୋଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ଦିନ ରାତିରେ ତାଙ୍କର ଦେହାନ୍ତ…

କେନ୍ଦୁଝର SDJM କୋର୍ଟରେ ରାଜା ଚକ୍ରଙ୍କ ଜାମିନ୍ ଖାରଜ

ସରୁନି ରାଜା ଚକ୍ରଙ୍କ ଅଡୁଆ । କେନ୍ଦୁଝର SDJM କୋର୍ଟ ଆଜି ବିଜେଡି ନେତା ରାଜା ଚକ୍ରଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି । ସଦର ଥାନାରେ ରୁଜୁ ଏକ ମାମଲାରେ ଜାମିନ୍ ଖାରଜ ହୋଇଛି । ଜାମିନ୍ ଖାରଜ ପରେ…

ନୂଆପଡ଼ା ଆର ଆଣ୍ଡ ବି ଡିଭିଜନ୍‌ର କନିଷ୍ଠ ଯନ୍ତ୍ରୀ ସୁଶାନ୍ତ ସେଠୀ ଭିଜିଲାନ୍ସ ଦ୍ୱାରା ଗିରଫ

ନୂଆପଡ଼ା ଜିଲ୍ଲା, ଖଡ଼ିଆଳର ଆର୍ ଆଣ୍ଡ ବି ର କନିଷ୍ଠ ଯନ୍ତ୍ରୀ ସୁଶାନ୍ତ ସେଠୀଙ୍କୁ ଭିଜିଲାନ୍ସ ଆଜି ଗିରଫ କରିଛି । ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର, ପିପିଲି ଓ ନୂଆପଡ଼ା ସମେତ ସୁଶାନ୍ତ ସେଠୀଙ୍କ ୮ଟି ସ୍ଥାନରେ ଗତକାଲି…

ଭାରତୀୟ ଟେଷ୍ଟ ଟିମ୍ କ୍ୟାପଟେନ ହେଲେ ଶୁବମନ ଗିଲ୍

ଇଂଲଣ୍ଡ ଗସ୍ତ ପାଇଁ ବିସିସିଆଇ ୧୮ ଜଣିଆ ଭାରତୀୟ ଦଳ ଘୋଷଣା କରିଛି । ଚୟନ କମିଟି ଦଳର ନୂତନ ଅଧିନାୟକ ଏବଂ ଉପ-ଅଧିନାୟକଙ୍କୁ ମଧ୍ୟ ଚୟନ କରିଛନ୍ତି । ରୋହିତ ଶର୍ମାଙ୍କ ଅବସର ପରେ ଖାଲି ପଡ଼ିଥିବା ପଦବୀରେ ଶୁବମନ…

ଭିଜିଲାନ୍ସ ଜାଲରେ ପୋଲିସ ଏଏସଆଇ ଓ ହୋମ୍‌ଗାର୍ଡ

ଖୋର୍ଦ୍ଧା ଭିଜିଲାନ୍ସ ଜାଲରେ ବାଙ୍କୋଇ ଫାଣ୍ଡି ଏଏସଆଇ ତୁଷାର ନାୟକ ଓ ହୋମ୍‌ଗାର୍ଡ ପି.କେ ସୁନ୍ଦରାୟ । କେସ୍ ଡାଏରୀରୁ ନାଁ ହଟାଇବାକୁ ଅଧରାତିରେ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଉଭୟ ଧରାପଡ଼ିଥିଲେ । ଉଭୟଙ୍କୁ ଭିଜିଲାନ୍ସ…

କେରଳ ଛୁଇଁଲା ମୌସୁମୀ; ୧୬ ବର୍ଷ ପରେ ଆସିଲା ସଅଳ

ଚାଷୀଙ୍କ ପାଇଁ ଖୁସି ଖବର । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଜି କେରଳ ଛୁଇଁଛି । ନିର୍ଦ୍ଧାରିତ ସମୟର ୮ ଦିନ ପୂର୍ବରୁ କେରଳରେ ମୌସୁମୀ ପାଦ ଦେଇଛି । ସାଧାରଣତଃ ଜୁନ ଦ୍ଵିତୀୟ ସପ୍ତାହରେ ମୌସୁମୀ ଓଡ଼ିଶା ଛୁଇଁଥାଏ ।…

ଶିକାରୀ ଗୁଳିରେ ମୃତ ଫରେଷ୍ଟ ଗାର୍ଡଙ୍କ ପରିବାରକୁ ୩୦ ଲକ୍ଷ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଶିକାରୀ ଗୁଳିରେ ମୃତ୍ୟୁ ବରଣ କରିଥିବା ଫରେଷ୍ଟ ଗାର୍ଡଙ୍କ ପରିବାରକୁ ୩୦ ଲକ୍ଷ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏଥିସହ ଘଟଣାସ୍ଥଳକୁ ଯାଇ ଅଧିକ ତଦନ୍ତ କରିବାକୁ ପିସିସିଏଫଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି ।…

ଛତିଶଗଡ଼ରେ ୨୪ ମାଓବାଦୀଙ୍କ ଆତ୍ମସମର୍ପଣ; ମୁଣ୍ଡରେ ଥିଲା ୮୭ ଲକ୍ଷ ଟଙ୍କା ପୁରସ୍କାର

ଛତିଶଗଡ ବିଜାପୁରରେ ୨୪ ଜଣ ମାଓବାଦୀ CRPF ଡିଆଇଜି ରାକେଶ କୁମାର ଏବଂ ବିଜାପୁର ଏସପି ଜିତେନ୍ଦ୍ର ୟାଦବଙ୍କ ନିକଟରେ PLGA ଡେପୁଟି କମାଣ୍ଡରଙ୍କ ସମେତ ୨୪ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ୨୪ ମାଓବାଦୀ ମଧ୍ୟରୁ ୭ ଜଣ ମହିଳା…