Day: 14 July 2024

ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିକ୍ରିୟା

ରତ୍ନଭଣ୍ଡାର ଖୋଲିବା ପରେ ଟ୍ୱିଟ କରି ପ୍ରତିକ୍ରିୟା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତି ରାଜ୍ୟ ସରକାର ପାଳନ କଲେ ବୋଲି କହିଛନ୍ତି। ଅଳଙ୍କାରର ସଠିକ୍ ସୂଚନା ପାଇବା ନେଇ ଲୋକଙ୍କ ଦାବି ଥିଲା। ରତ୍ନଭଣ୍ଡାର ଖୋଲିଥିବାରୁ ଧନ୍ୟବାଦ। ଏଥିପାଇଁ…

ଭିତର ଭଣ୍ଡାର ନେଇ ଲୋକଙ୍କ ମନରେ ଅବିଶ୍ୱାସ ସୃଷ୍ଟି କରାଯାଇଥିଲା

ଭିତର ଭଣ୍ଡାରକୁ ନେଇ ଲୋକଙ୍କ ମନରେ ଅବିଶ୍ବାସ ସୃଷ୍ଟି କରାଯାଇଥିଲା ବୋଲି କହିଲେ ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ। ପ୍ରଭୁ ଜଗନ୍ନାଥଙ୍କ ନାଁ ନେଇ ଭିତର ଭଣ୍ଡାରକୁ ପ୍ରବେଶ କଲୁ। ଭିତରକୁ ଯାଇଥିବା ସଦସ୍ୟମାନଙ୍କର କିଛି କ୍ଷତି ହୋଇନି। ଆପଣମାନେ ଦେଖୁଛନ୍ତି…

ଟାଟା-ବିଏସଏନଏଲ ଚୁକ୍ତି: ବଢ଼ିଲା ଜିଓ-ଏୟାରଟେଲର ଚିନ୍ତା!

ବେସରକାରୀ ଟେଲିକମ୍ କମ୍ପାନୀ ଏୟାରଟେଲ ଏବଂ ଜିଓର ରିଚାର୍ଜ ପ୍ଲାନ ବୃଦ୍ଧି ପରେ ଲୋକେ ବିଏସଏନଏଲ ମୁହାଁ ହୋଇଛନ୍ତି। କେବଳ ଏତିକି ନୁହେଁ, ଏୟାରଟେଲ ଓ ଜିଓ ବ୍ୟବହାରକାରୀମାନେ ବିଏସଏନଏଲକୁ ପୋର୍ଟ କରୁଥିବା ଜଣାପଡିଛି। ଟାଟା କନସଲଟାନ୍ସି ସର୍ଭିସ ଏବଂ ବିଏସଏନଏଲ…

ସ୍ଥାନାନ୍ତର ହେଲା ବାହାର ରତ୍ନଭଣ୍ଡାର ଅଳଙ୍କାର

ବାହାର ରତ୍ନଭଣ୍ଡାର ଅଳଙ୍କାର ସବୁ ସ୍ଥାନାନ୍ତର ହେଲା ବୋଲି କହିଲେ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ। ଏସ୍‌ଓପି ଅନୁସାରେ ବାହାର ରତ୍ନଭଣ୍ଡାର ତାଲା ଖୋଲାଗଲା। ତାଲା ଖୋଲାଯାଇ ସବୁ ଅଳଙ୍କାର ସ୍ଥାନାନ୍ତରଣ କରାଗଲା। ଚାଙ୍ଗଡ଼ା ଘର, ଫୁଲ ଘରେ ହୋଇଥିବା ଅସ୍ଥାୟୀ…

ଖୋଲିଲା ଭିତର ରତ୍ନଭଣ୍ଡାର: ତଢ଼ଉକରଣ

ଖୋଲିଲା ଭିତର ରତ୍ନଭଣ୍ଡାର। ଏ ନେଇ ସୂଚନା ଦେଇଛନ୍ତି ପାଳିଆ ସେବାୟତ ନରେଶ କର। ତାଲା ଭାଙ୍ଗି ଭିତର ରତ୍ନଭଣ୍ଡାରକୁ ଟିମ୍ ଯାଇଥିବା ସୂଚନା ଭିତର ରତ୍ନଭଣ୍ଡାର ଖୋଲାଗଲା ବୋଲି କହିଲେ ତଢ଼ଉକରଣ। ଭିତରେ ପାଣି ଜକଉଛି, ଚଟାଣ ଓଦା ଅଛି…

ସାପ ଭୟ ନାହିଁ, ଫେରିଲେ ସ୍ନେକ ହେଲ୍‌ପଲାଇନ ଟିମ୍‌

ଶ୍ରୀମନ୍ଦିର ଭିତରୁ ବାହାରିଲେ ସ୍ନେକ ହେଲ୍‌ପଲାଇନ ସଦସ୍ୟ। ରତ୍ନଭଣ୍ଡାର ଭିତରେ କୌଣସି ସାପ ଭୟ ନଥିବା ସୂଚନା ଦେଇଛନ୍ତି। ଶୁଭେନ୍ଦୁ ମଲ୍ଲିକଙ୍କ ନେତୃତ୍ବରେ ଯାଇଥିବା ଟିମ୍‌ ଫେରିଲେ। ବାହାରକୁ ବାହାରିବା ପରେ ଶୁଭେନ୍ଦୁ ମଲ୍ଲିକ ସୂଚନା ଦେଇଛନ୍ତି। ଆମକୁ ଷ୍ଟାଣ୍ଡବାଇ ରଖାଯାଇଥିଲା,…

ବିଦ୍ୟୁତ ଆଘାତ ଲାଗି ୧୦ରୁ ଊର୍ଦ୍ଧ୍ୱ ଶିଶୁ ଗୁରୁତର

ଦିଗପହଣ୍ଡି ଫାଶିଗୁଡ଼ା ଗାଁରେ ମନ୍ଦିର ପ୍ରତିଷ୍ଠା ବେଳେ ଅଘଟଣ ଘଟିଛି। ଏହି ସମୟରେ ବିଦ୍ୟୁତ ଆଘାତ ଲାଗି ୧୦ରୁ ଊର୍ଦ୍ଧ୍ୱ ଶିଶୁ ଗୁରୁତର ହୋଇଛନ୍ତି। ରାମାୟଣ ନାଟକ ପ୍ରଦର୍ଶନ ବେଳେ ଷ୍ଟେଜ ନିକଟରେ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ। ଆହତ ଶିଶୁମାନଙ୍କ ବୟସ…

ପୁରୀ ଏସପି ବାହାରକୁ ଆସିଲେ, କହିଲେ ‘ମୁଁ ସମ୍ପୂର୍ଣ୍ଣ ସୁସ୍ଥ’

ରତ୍ନଭଣ୍ଡାର ଖୋଲିସାରିଛି। ରତ୍ନଭଣ୍ଡାର ଖୋଲିବା ସମୟରେ ଭିତରେ ପୁରୀ ଏସପି ପିନାକ ମିଶ୍ର ଅସୁସ୍ଥ ହୋଇପଡିଥିବା ନେଇ ଖବର ଆସିଥିଲା। ହେଲେ ଏସପି ଶ୍ରୀ ମିଶ୍ର ବାହାରକୁ ଆସିବା ପରେ କହିଛନ୍ତି ‘ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି। ମୋର କିଛି ହୋଇନି।…

ଭଙ୍ଗାଗଲା ଭିତର ରତ୍ନଭଣ୍ଡାର ତାଲା

ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଭିତର ରତ୍ନଭଣ୍ଡାର ତାଲା ଭଙ୍ଗାଯାଇଛି। ଚାବିରେ ଖୋଲିଲାନି ଭିତର ରତ୍ନଭଣ୍ଡାର ତାଲା। ଫଳରେ ତାଲା ଭାଙ୍ଗିବାକୁ ପଡିଛି। ଚାବିରେ ନଖୋଲିବାରୁ କଟରରେ କଟାଗଲା ତାଲା।

ରତ୍ନଭଣ୍ଡାର ଭିତରେ ପୁରୀ ଏସପି ଚେତାଶୂନ୍ୟ

ରତ୍ନଭଣ୍ଡାର ଖୋଲିସାରିଛି। ରତ୍ନଭଣ୍ଡାର ଖୋଲିବା ସମୟରେ ଭିତରେ ଅସୁସ୍ଥ ହୋଇପଡିଲେ ପୁରୀ ଏସପି ପିନାକ ମିଶ୍ର। ସେ ଭିତରେ ଚେତାଶୂନ୍ୟ ହୋଇପଡିଛନ୍ତି। ଚିକିତ୍ସା କରୁଛନ୍ତି ଡାକ୍ତର ସିବିକେ ମହାନ୍ତି। ଏସପିଙ୍କୁ ବାହାରକୁ ଅଣାଯାଉଛି। ଏ ନେଇ ସେବାୟତ କହିଛନ୍ତି କଡା ପାନ…