ଦୁଇ ଓଡିଆ ଭୂବିଜ୍ଞାନୀଙ୍କୁ ମିଳିଲା ରାଷ୍ଟ୍ରୀୟ ଭୂବିଜ୍ଞାନ ପୁରସ୍କାର । ଗତକାଲି ରାଷ୍ଟ୍ରପତି ଭବନରେ ଆୟୋଜିତ ଜାତୀୟ ଭୂବିଜ୍ଞାନ ପୁରସ୍କାର (ଏନ୍‌ଜିଏ) ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇ ଓଡିଆଙ୍କୁ ରାଷ୍ଟ୍ରୀୟ ଭୂବିଜ୍ଞାନ ପୁରସ୍କାର ପ୍ରଦାନ କରିଛନ୍ତି । ପ୍ରାକୃତିକ ବିପର୍ଯ୍ୟୟ ସମ୍ପର୍କରେ ଆଗୁଆ ସୂଚନା ସଂଗ୍ରହ ପ୍ରକ୍ରିୟାକୁ ସୁଦୃଢ କରାଯିବାର ଜରୁରୀ ଆବଶ୍ୟକତା ଉପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁତ୍ବାରୋପ କରିଛନ୍ତି ।

ଏହି ରାଷ୍ଟ୍ରୀୟ ଭୂବିଜ୍ଞାନ ପୁରସ୍କାର ସମାରୋହରେ ୧୨ଟି ବର୍ଗରେ ମୋଟ ୨୩ ଜଣ ବିଜ୍ଞାନୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ୨୩ ଜଣ ବିଜ୍ଞାନୀଙ୍କ ମଧ୍ୟରୁ ଦୁଇ ଓଡିଆ ବରିଷ୍ଠ ଭୂବିଜ୍ଞାନୀ ବି. ପ୍ରଶାନ୍ତ କୁମାର ପାତ୍ରଙ୍କୁ ରାଷ୍ଟ୍ରୀୟ ଭୂବିଜ୍ଞାନ ସମ୍ମାନ ପ୍ରଦାନ କରାଯାଇଛି । ବି. ପ୍ରଶାନ୍ତ କୁମାର ପାତ୍ରଙ୍କୁ ଭୂବିଜ୍ଞାନ ଓ ପ୍ରାୟୋଗିକ ଭୂବିଜ୍ଞାନ ବ୍ୟକ୍ତିଗତ ବର୍ଗରେ ପୁରସ୍କାର ମିଳିଥିବା ବେଳେ ଖଣି ଆବିଷ୍କାର ଓ ସନ୍ଧାନ ବର୍ଗରେ ପର୍ଶୁରାମ ବେହେରା ମଧ୍ୟ ଭୂବିଜ୍ଞାନ ସମ୍ମାନରେ ସମ୍ମାନିତ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *