ପାଲଲହଡା ନିକଟରେ ଓଲଟିଲା ଓଡ଼ିଶା ରାଜ୍ୟ ପରିବହନ ନିଗମ(ଓଏସଆରଟିସି) ବସ । ଓଏସଆରଟିସି ବସଟି ବାରିପଦାରୁ ଅନୁଗୁଳ ଯାଉଥିବା ବେଳେ ତାଳଚେରର ସମଲ ଥାନା ଅନ୍ତର୍ଗତ ଗହମ ସେବାଶ୍ରମ ନିକଟରେ ବସଟି ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ଏହି ଦୁର୍ଘଟଣା ଘଟିଛି। ଏଥିରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଏକାଧିକ ଯାତ୍ରୀ ଆହତ ହୋଇଛଥିବା ସୂଚନା ମିଳିଛି । ଦୁର୍ଘଟଣା ଘଟିବ ଦେଖି ତୁରନ୍ତ ସ୍ଥାନୀୟ ଲୋକେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଆହତମାନଙ୍କୁ ଉଦ୍ଧାର କରାଯାଇ ତାଳଚେଳ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଖବର ପାଇ ପୁଲିସ ଓ ପ୍ରଶାସନିକ ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଆହତଙ୍କ ମଧ୍ୟରୁ ୨୦ ଜଣଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି। ସୂଚନା ଯୋଗ୍ୟ; ୪୭ ଜଣ ଯାତ୍ରୀ ଥିବା ଓଏସଆରଟିସି ବସ ବାରିପଦାରୁ ଅନୁଗୁଳ ଜିଲ୍ଲା ପାଲଲହଡ଼ା ଅଭିମୁଖେ ଯାଉଥିବା ସମୟରେ ଖମାର ଥାନା ଅଧୀନ ଗହମ ପଞ୍ଚାୟତ ନିକଟରେ ଭାରସାମ୍ୟ ହରାଇ ସଂପୂର୍ଣ୍ଣ ଭାବେ ଓଲଟି ପଡ଼ିଥିଲା । ଫଳରେ କିଛି ଯାତ୍ରୀ ଦୁର୍ଘଟଣାଗ୍ରସ୍ତ ବସ୍ ତଳେ ଚାପି ହୋଇଯାଇଥିଲେ । ଖବରପାଇ ପୋଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କରିଥିଲେ । ବର୍ତ୍ତମାନ ସୁଦ୍ଧା ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ ଜଣ ଗୁରୁତର ଆହତ ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଇ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି । Post navigation ପ୍ୟାରେଡ୍ ଯିବା ସମୟରେ ଓଲଟିଲା ସ୍କୁଲ ପିଲା ଥିବା ପିକଅପ୍ ଭ୍ୟାନ୍: ଜଣେ ମୃତ, ୫ ଲକ୍ଷ ସହାୟତା ରାଶି ଘୋଷଣା ରବୀନ୍ଦ୍ରମଣ୍ଡପରେ ଦେଶାତ୍ମବୋଧକ ସଂଗୀତ କାର୍ଯ୍ୟକ୍ରମ “ଭାରତୀୟମ୍” ଆୟୋଜିତ