ଭୁବନେଶ୍ୱର ବିମାନ ବନ୍ଦର ଉତ୍ତେଜନା ପରେ କୋଲକାତା ଗଲା ଭୁବନେଶ୍ୱର ବିମାନ ବନ୍ଦରରେ ଅଟକିଥିବା ୨ଟି ଫ୍ଲାଇଟ । କାଳ ବୈଶାଖୀ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଗତକାଲିଠୁ ଅବତରଣ କରିଥିଲା କୋଲକାତା ଯାଉଥିବା ବିମାନ। ୧୨ ଘଣ୍ଟା ପରେ ବି ଗନ୍ତବ୍ୟସ୍ଥଳରେ ପହଂଚି ପାରିନାହାନ୍ତି ଯାତ୍ରୀ । ତେଣୁ ଗେଟ୍ ସମ୍ମୁଖରେ ୨୫ ରୁ ଅଧିକ ଯାତ୍ରୀଙ୍କ ହୋ ହାଲ୍ଲା ଦେଖିବାକୁ ମିଳିଥିଲା। ଖବର ପ୍ରସାରଣ ପରେ ଯାତ୍ରୀଙ୍କ ଯିବା ପାଇଁ ହେଲା ବ୍ୟବସ୍ଥା । ଅଟକିଥିବା ୨ଟି ଫ୍ଲାଇଟରେ କୋଲକାତା ଗଲେ ଯାତ୍ରୀ । ସୂଚନା ଯୋଗ୍ୟ; ପାଗ ଖରାପ ଯୋଗୁଁ ଦିଲ୍ଲୀରୁ କଲିକତା ଯାଉଥିବା ଯାତ୍ରୀଙ୍କୁ ଗତକାଲି ରାତିରୁ ଭୁବନେଶ୍ୱର ବିମାନ ବନ୍ଦରରେ ବିମାନ ଅବତରଣ କରିଥିଲା ସ୍ପାଇସ ଜେଟ୍ । ସମୁଦାୟ ୮ ଟି ଫ୍ଲାଇଟ ଲ୍ୟାଣ୍ଡ କରିଥିଲା । ଏ ପର୍ଯ୍ୟନ୍ତ ୬ଟି ଫ୍ଲାଇଟ ଉଡାଣ ଭରିଥିବା ଦେଲେ ଅନ୍ୟ ଦୁଇଟି ଫ୍ଲାଇଟର ଯାତ୍ରୀ ରହିଯାଇଛନ୍ତି । ୧୨ ଘଣ୍ଟା ପରେ ବି ଗନ୍ତବ୍ୟସ୍ଥଳରେ ପହଂଚି ପାରିନାହାନ୍ତି ଯାତ୍ରୀ । ତେଣୁ ଯାତ୍ରୀମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। Post navigation ୫୧,୦୦୦ ରୁ ଅଧିକ ଯୁବକଯୁବତୀଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଲେ ମୋଦୀ; ଓଡିଶାରେ ୨୫୮ ନିଯୁକ୍ତି ପତ୍ର ପ୍ରଦାନ ନିର୍ମାଣାଧୀନ ଘରୁ ୪ ବର୍ଷ ଶିଶୁକନ୍ୟାର ମୃତଦେହ ଉଦ୍ଧାର; ଅଶ୍ଳୀଳ ଭିଡିଓ ଦେଖି ଦୁଷ୍କର୍ମ ପରେ ହତ୍ୟା