ପାରାଦୀପରେ ଜାହାଜରୁ ଖସିପଡ଼ିଲେ ୨ କ୍ରିୟୁ ମେମ୍ବର । ଜଣେ କ୍ରିୟୁ ମେମ୍ବର ଉଦ୍ଧାର ହୋଇଥିବା ବେଳେ ଏବେ ବି ଜଣେ ନିଖୋଜ ଅଛନ୍ତି। ପାରାଦୀପ ପୋର୍ଟ PICT ବର୍ଥରେ ଘଟିଛି ଅଘଟଣ। ସିଆଇଏସଏଫ ଓ ମେରାଇନ୍ ପୋଲିସ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

୨ ଜଣ କ୍ରିୟୁ ମେମ୍ବର ଚୀନର ନାଗରିକ ହୋଇଥିବା ସୂଚନା ରହିଛି । ଦୁଇ ଜଣ କିପରି ପାଣିରେ ପଡ଼ିଲେ ସେ ନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ । ଜାହଜର ନା ଏମ୍ ଭି ଲକି ଡ୍ରାଗନ୍ । ଉଦ୍ଧାର କରିବା ପାଇଁ ପାରାଦୀପର ଟଗ୍ ବୋଟ୍ ନିୟୋଜିତ । ସକାଳ ୬ଟା ସମୟରେ ଜାହାଜ ଛାଡୁଥିବା ସମୟରେ ଏଭଳି ଅଘଟଣ ଘଟିଛି ।

Leave a Reply

Your email address will not be published. Required fields are marked *