2 CMs-to-campaign-in-Nuapada tomorrow
ଆସନ୍ତାକାଲି ନୂଆପଡ଼ାରେ ପ୍ରଚାର କରିବେ ଦୁଇ ମୁଖ୍ୟମନ୍ତ୍ରୀ । ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ ଆସନ୍ତାକାଲି ପ୍ରଚାର କରିବେ ।
 
ୂଚନା ଅନୁଯାୟୀ, ନୂଆପଡ଼ା ଜିଲ୍ଲା କୋମନାରେ ରୋଡ୍‌ ସୋ’ରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯୋଗ ଦେବେ । ସେହିଭଳି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ପଞ୍ଚମପୁର ସହିତ ଛତିଶଗଡ଼କୁ ଲାଗିଥିବା ନୂଆପଡ଼ାର କିଛି ସ୍ଥାନରେ ସାଧାରଣ ସଭାରେ ଯୋଗ ଦେବେ ।
 
ନୂଆପଡା ଉପନିର୍ବାଚନ ଜିତିବା ପାଇଁ ବିଜେପି ଜୋରଦାର ଉଦ୍ୟମ ଜାରି ରଖିଛି । ଉପ ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ନୂଆପଡ଼ା ମାହୋଲ ସେତିକି ସରଗରମ ହେବାରେ ଲାଗିଛି ।
 
ପୂର୍ବରୁ ନୂଆପଡ଼ା ଉପନିର୍ବାଚନ ନସରିବା ଯାଏଁ ନେତାଙ୍କୁ ନୂଆପଡ଼ା ନ ଛାଡିବାକୁ ବିଜେପି ରାଜ୍ୟ ସଭାପତିଙ୍କ ନିର୍ଦ୍ଦେଶ ରହିଛି ।

By Nirvay

Leave a Reply

Your email address will not be published. Required fields are marked *