ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ୍‌ରେ ସଶସ୍ତ୍ର ଡକାୟତି । ଯୋଡ଼ା ସହର ସ୍ଥିତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ୍‌ରୁ ଲୁଟ୍ । ବନ୍ଧୁକ ଦେଖାଇ ନେଇଗଲେ ଟଙ୍କା ଓ ସୁନା ଗହଣା । ବ୍ୟାଙ୍କରେ ବଡ଼ ଧରଣର ଲୁଟ୍ କରି ୫ ଦୁର୍ବୃତ୍ତ ଫେରାର ହୋଇଯାଇଥିବା ଜଣାପଡିଛି । ଜନଗହଳିପୂର୍ଣ୍ଣ ଅଂଚଳରୁ ଦିନ ଦ୍ବିପ୍ରହରେ ଲୁଟ୍ କରି ପୁଲିସକୁ ଖୋଲା ଚ୍ୟାଲେଞ୍ଚ ଦେଇଛନ୍ତି ଲଟେରା । ଖବର ପାଇ ଘଟଣାସ୍ଥଳରେ ଯୋଡ଼ା ଥାନା ପୋଲିସ ପହଞ୍ଚି ଛାନଭିନ୍‌ ଆରମ୍ଭ କରିଛି । ପ୍ରାୟ ୧୦ ଲକ୍ଷ ଟଙ୍କା ଓ ସୁନାଗହଣା ଲୁଟ୍ ଅଭିଯୋଗ ହୋଇଥିବାର ଜଣାପଡିଛି।

ସେହିପରି  ଭଦ୍ରକରେ ବନ୍ଧୁକ ମୁନରେ ବ୍ୟାଙ୍କରୁ ଲୁଟ୍ ହୋଇଛି । ୪ଜଣ ମୁଖାପିନ୍ଧା ଦୁର୍ବୁତ୍ତ ବ୍ୟାଙ୍କକୁ ଆସି ମ୍ୟାନେଜରଙ୍କ ମୁଣ୍ଡରେ ବନ୍ଧୁକ ରଖି ଡକାୟତି ହୋଇଛନ୍ତି। ଭଦ୍ରକର ତିହିଡ଼ି ବଜାର ସ୍ଥିତ ଇଟ ସ୍ମଲ୍ ଫାଇନାନ୍ସ ବ୍ୟାଙ୍କରେ ଏଭଳି ଲୁଟ୍ ହୋିଛି । ଲୁଟେରାମାନେ ୭ଲକ୍ଷ ୫୫ ହଜାରରୁ ଅଧିକ ଟଙ୍କା ଲୁଟ୍ ନେଇଛନ୍ତି । ତେବେ ଲୁଟ୍ ଘଟଣାକୁ ନେଇ ତିହିଡ଼ି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

Leave a Reply

Your email address will not be published. Required fields are marked *