ଝାଡ଼ଖଣ୍ଡର ଦେଓଘରରେ ମର୍ମନ୍ତୁଦ ଦୁର୍ଘଟଣା । କାଉଡ଼ିଆଙ୍କୁ ନେଇଯାଉଥିବା ବସ୍‌କୁ ଧକ୍କା ଦେଲା ଟ୍ରକ୍ । ଏହି ଦୁର୍ଘଟଣାରେ ୧୮ କାଉଡ଼ିଆଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଭକ୍ତ ଆହତ ହୋଇଛନ୍ତି। ଆହତମାନଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଡାକ୍ତରଖଶନାରେ ଭର୍ତ୍ତି କରାଯାଇଥିବା ଜଣାପଡିଛି। ମୃତକଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।

ଘଟଣା ଜଣାପଡିବା ମାତ୍ରେ ସ୍ଥାନୀୟ ପ୍ରଶାସନ, ପୋଲିସ ଏବଂ ଆମ୍ବୁଲାନ୍ସର ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ଜିଲ୍ଲା ପ୍ରଶାସନ ଦ୍ୱାରା ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି।ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସୂଚନା ଯୋଗ୍ୟ; ଝାଡ଼ଖଣ୍ଡର ଦେଓଘରରେ ମଙ୍ଗଳବାର ଭୋର ପ୍ରାୟ ୪ଟା ୩୦ରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଦେଓଘରର ମୋହନପୁର ଥାନା ଅଞ୍ଚଳର ଜମୁନିୟା ଜଙ୍ଗଲ ନିକଟରେ ୩୨ ସିଟ୍ ବିଶିଷ୍ଟ ଏକ ବସ୍ କାଉଡ଼ିଆଙ୍କୁ ନେଇ ଯାଉଥିବା ବେଳେ ଏକ ବସ୍ ଗ୍ୟାସ୍ ସିଲିଣ୍ଡର ବୋଝେଇ ଏକ ଟ୍ରକ୍ ସହିତ ଧକ୍କା ହେବା ଫଳରେ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୧୮ ଜଣଙ୍କର ମୃତ୍ୟୁ ହୋଇଛି ।

Leave a Reply

Your email address will not be published. Required fields are marked *